Latest Odisha News

BREAKING NEWS

ରାଜସ୍ଥାନ କ୍ଷମତା ଲଢ଼େଇରେ ଆଜି ଚୁଡ଼ାନ୍ତ ରାୟ ଶୁଣାଇବେ ହାଇକୋର୍ଟ

ଜୟପୁର: ରାଜସ୍ଥାନରେ କାହାର ହେବ ଜିତାପଟ ? ପାଇଲଟ୍ ନା ଗେହଲଟ୍ କ୍ୟାମ୍ପ । କ୍ଷମତା ଲଢ଼େଇରେ ଆଜି ଚୁଡାନ୍ତ ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାୟ ଆସିବ । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି ଓ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇବେ ।

ସକାଳ ସାଢ଼େ ୧୦ଟାରେ ରାୟ ପ୍ରକାଶ ପାଇବା ନେଇ ସମୟ ଧାର୍ଯ୍ୟ ହୋଇଛି । ବାଚସ୍ପତି ସି. ପି. ଯୋଶୀ ସଭ୍ୟ ପଦ ରଦ୍ଦ ହେବା ନେଇ ଜାରି କରିଥିବା ନୋଟିସ୍ ବିରୋଧରେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକ । ଗତ ୨୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ରାଜସ୍ଥାନ ହାଇକୋର୍ଟ ।

ସଚିନ ପାଇଲଟ ସମେତ ୧୯ ବିଧାୟକଙ୍କ ବିରୋଧରେ ଆଜି ସୁଦ୍ଧା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟ ଯାଇଥିଲେ ବାଚସ୍ପତି । ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

Leave A Reply

Your email address will not be published.