Latest Odisha News

BREAKING NEWS

ଯେତେ ପଢିଲେ ମଧ୍ୟ ପିଲା ପାଠ ମନେ ରଖୁନାହିଁ କି? ଜାଣନ୍ତୁ କ’ଣ କରିବେ..

ଭୁବନେଶ୍ୱର: ଯଦି ଆପଣଙ୍କ ପିଲା ଅନେକ ସମୟ ପାଠ ପଢିଲା ପରେ ମଧ୍ୟ କିଛି ମନେ ରଖି ପାରୁନାହିଁ କିମ୍ବା ପଢିଲା ପରେ ତୁରନ୍ତ ଭୁଲି ଯାଉଛି । ତେବେ ଏଥିରେ ଦୋଷ ଆପଣଙ୍କ ପିଲାର ନୁହେଁ ବରଂ ଆପଣଙ୍କ ଗୃହରେ ବାସ୍ତୁ ଦୋଷ ରହିଥାଇ ପରେ ।

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବିଭିନ୍ନ ଉପାୟ ରହିଛି । ସେଗୁଡିକୁ ଅବଲମ୍ବନ କରି ଆପଣ ନକରାତ୍ମକ ଶକ୍ତି ଦୂର କରିବା ସହ ଗୃହର ବାତାବରଣକୁ ମଧ୍ୟ ଠିକ୍ କରି ପାରିବେ ।

ଏହି ସମସ୍ୟା ଦୂର କରିବା ପାଇଁ ପିଲାକୁ ସକାଳୁ ଉଠାଇ ଖୋଲା ସ୍ଥାନରେ ଧ୍ୟାନ କରିବାକୁ କୁହନ୍ତୁ । ଏହା ଦ୍ବାରା ପିଲାକୁ ବହୁତ ଲାଭ ମିଳିବ ।

ପଢା ଘରେ ବା ଅଧ୍ୟୟନ କକ୍ଷରେ ମା’ ସରସ୍ବତୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି ବା ଫଟୋ ଚିତ୍ର ରଖନ୍ତୁ । ଏହା ଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଯିବ ।

ପଢା ଘରର ରଙ୍ଗ ସର୍ବଦା ହାଲୁକା ରଙ୍ଗ ହେବା ଆବଶ୍ୟକ । ଏହା ଦ୍ବାରା ପିଲାଟି ନିଜ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେଇଥାଏ । ପଢା ଘର ସର୍ବଦା ଦକ୍ଷିଣ ବା ପଶ୍ଚିମ ଦିଗର ହେବା ଦରକାର ।

ମୟୂର ପୁଚ୍ଛ ସାହାଯ୍ୟରେ ଘରୁ ନକରାତ୍ମକ ଶକ୍ତି ଦୂର କରାଯାଇପାରିବ । ତେଣୁ ଏହାକୁ ଘରେ ରଖିବା ଦ୍ବାରା ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହା ଦ୍ବାରା ପିଲାଙ୍କ ବୌଦ୍ଧିକ ଶକ୍ତି ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ।

Leave A Reply

Your email address will not be published.