Latest Odisha News

BREAKING NEWS

ଶବ ସତ୍କାର ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍

ପୁରୀ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବଦା ସତ୍କାର ଉପରୁ କଟକଣା ହଟିଛି । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ବିଶୋଧନୀକରଣ କରାଯାଇଛି ।

ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା । କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା । ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯିବ । କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି ।

କରୋନା ଯୋଗୁ ଗତ ଜୁଲାଇ ମାସରେ ରଥଯାତ୍ରା ବେଳେ ପୁରୀ ସହରକୁ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଥିଲା ।  ପରେ ଲୋକଙ୍କ ଯାଆସ ଉପରୁ ପ୍ରତିବନ୍ଧକ ଉଠିଥିଲା ।

କିନ୍ତୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାରକୁ ମିଳି ନଥିଲା ଅନୁମତି । କେବଳ ପୁରୀ ଜିଲ୍ଲାର ଲୋକ ଶବଦାହ ସ୍ୱର୍ଗଦ୍ୱାରରେ କରୁଥିଲେ । କୋଭିଡ୍‌ କଟକଣା ଓ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.