Latest Odisha News

BREAKING NEWS

ଜିମ୍ବାୱେରେ କ୍ରିକେଟ ଟିମ କିଣିଲେ ବଲିଉଡ ଅଭିନେତା ସଞ୍ଜୟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ ଜିମ୍ବାୱେରେ କ୍ରିକେଟ ଟିମ କିଣିଛନ୍ତି । ଜିମ୍ବାୱେ ବୋର୍ଡ ଖୁବ ଶୀଘ୍ର ଜିମ ଆଫ୍ରୋ ଟି୧୦ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ସଞ୍ଜୟ ହରାରେ ହରିକେନ୍ସ ଦଳକୁ ଆରିସ ଗ୍ରୁପ ଅଫ କମ୍ପାନୀ ସହ ମିଶି କିଣିଛନ୍ତି । ଏହି ଲିଗରେ ୫ଟି ଦଳ ଅଂଶଗ୍ରହଣ କରିବେ । ସେଗୁଡିକ ହେଲା ଡର୍ବନ କଲନ୍ଦର୍ସ, କେପଟାଉନ ସାମ୍ପ ଆର୍ମି, ବୁଲାୱେୟୋ ବ୍ରେଭସ, ଜୋବର୍ଗ ସିଂ ଓ ହରାରେ ହରିକେନ୍ସ । ଜିମ୍ବାୱେର ଏହି ପ୍ରଥମ ଫ୍ରାଂଚାଇଜ କ୍ରିକେଟକୁ ଲୋକପ୍ରିୟ କରାଇବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି । ଭାରତରେ କ୍ରିକେଟ ବେଶ ଲୋକପ୍ରିୟ । ଏଠାରେ ଏହା ଏକ ଧର୍ମରେ ପରିଣତ ହୋଇଛି କହିଲେ ଭୁଲ ହେବନି ।

ବିଶ୍ୱର ସମସ୍ତ ସ୍ଥାନରେ କ୍ରିକେଟକୁ ପଂହଚାଇବା ଆମର କର୍ତବ୍ୟ ବୋଲି ସଞ୍ଜୟ କହିଛନ୍ତି । ଜିମ୍ବାୱେ କ୍ରିକେଟର ଆର୍ଥୀକ ସ୍ଥିତି ଭଲ ନ ଥିବାରୁ ଏହି ଲିଗ ମାଧ୍ୟମରେ ବୋର୍ଡ ସ୍ଥିତି ସୁଧାରିବାକୁ ଚାହୁଁଛି । ସୂଚନଯୋଗ୍ୟ, ଜିମ୍ବାୱେ ଯୁବପିଢ଼ୀ କ୍ରିକେଟକୁ ବେଶ ପସନ୍ଦ କରନ୍ତି । ଟି୨୦ ଲିଗଗୁଡିକର ଅପାର ସଫଳତା ପରେ ଏବେ ବିଭିନ୍ନ ଦେଶରେ ଟି୧୦ ପ୍ରତି ଆଗ୍ରହ ପ୍ରକାଶ ପାଇଛି । ଯାହାକୁ ନେଇ ଫ୍ରାଂଚାଇଜମାନେ ବେଶ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.