ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ କଂଗ୍ରେସ ମଧ୍ୟ ତା’ର ପାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଆହ୍ଲାବାଦ(ପ୍ରୟାଗରାଜ) ସିଟ୍ ପାଇଁ କଂଗ୍ରେସ ନୂଆ ଏବଂ ଲୋକପ୍ରିୟ ଚେହେରାକୁ ଖୋଜୁଛି । ଏହାରିଭିତରେ କଂଗ୍ରେସ ପୁଣି ଥରେ ଉତ୍ତରପ୍ରଦେଶ (ୟୁପି) ରେ ବଲିଉଡ ତାରକାଙ୍କୁ ନିର୍ବାଚନ ପଡିଆକୁ ଓହ୍ଲାଇବାର ସେହି ପୁରୁଣା ଫର୍ମୁଲା ଆପଣେବାକୁ ଚେଷ୍ଟା କରୁଛି ।
ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ବରିଷ୍ଠ ନେତା ବଲିଉଡ ତାରକା ସଞ୍ଜୟ ଦତ୍ତଙ୍କ ସହ ଯୋଗାଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ ଜଣେ କଂଗ୍ରେସ ସାଂସଦ ଥିଲେ । ଏହା ବ୍ୟତୀତ ସଞ୍ଜୟ ଦତ୍ତଙ୍କ ମାଆ ନର୍ଗିସ୍ ଦତ୍ତ ଉତ୍ତରପ୍ରଦେଶର ଆହ୍ଲାବାଦ ବାସିନ୍ଦା ଥିଲେ। ଏଭଳି ପରିସ୍ଥିତିରେ ସଞ୍ଜୟ ଦତ୍ତଙ୍କ ନାମ ପରାମର୍ଶ ଦିଆଯାଇଥିଲା। ତେବେ କୁହାଯାଉଛି ଯେ ସଞ୍ଜୟ ଦତ୍ତ ତାଙ୍କର ବ୍ୟକ୍ତିଗତ କାରଣରୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି କିନ୍ତୁ କଂଗ୍ରେସ ହାଇକମାଣ୍ଡ ସେ ଆହ୍ଲାବାଦରୁ ନିର୍ବାଚନ ଲଢନ୍ତୁ ବୋଲି ଚାହୁଁଛନ୍ତି । ତେବେ ଦଳ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଏହି ପ୍ରୟାସ କରିଛି ଏବଂ ତାଙ୍କର ଏହି ପୁରୁଣା ଫର୍ମୁଲା ସଫଳ ହୋଇଛି।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସହର ପ୍ରୟାଗରାଜରେ ରାଜନୈତିକ ଭିତ୍ତିଭୂମି ଖୋଜୁଥିବା କଂଗ୍ରେସ ସମାଜବାଦୀ ପାର୍ଟି ସମର୍ଥନରେ ଜବାହରଲାଲ ନେହେରୁଙ୍କ ପାରମ୍ପାରିକ ଆସନ ଉପରେ ନୂଆ ଆଶା ରଖିଛି। ଏପରି ପରିସ୍ଥିତିରେ ଦଳ ଦକ୍ଷ ପ୍ରାର୍ଥୀ ଚୟନରେ କୌଣସି ଅବହେଳା କରିବ ନାହିଁ । ଆହ୍ଲାବାଦ ସଂସଦୀୟ ଆସନ ପାଇଁ ଜଣେ ଜଣାଶୁଣା ତଥା ନୂଆ ଚେହେରା ଖୋଜାଯାଉଛି। ଦଳର ବରିଷ୍ଠ ନେତା ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମଧ୍ୟ ଯୋଗାଯୋଗ କରୁଛନ୍ତି। ଏହି ଆଲୋଚନା ମଧ୍ୟରେ, ଖୁବ ଶୀଘ୍ର ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସ୍କ୍ରିନିଂ କମିଟି ଉପରେ ପ୍ରତିଯୋଗୀ ଏବଂ ନେତାଙ୍କ ନଜର ରହିଛି।
ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଅ ଅନିଲ ଶାସ୍ତ୍ରୀ ଏବଂ ତାଙ୍କ ପୁଅ ଆଦର୍ଶଙ୍କ ନାମ ମଧ୍ୟ ଆଲୋଚନା ହେଉଛି। ସୋନିଆ ଗାନ୍ଧୀଙ୍କ ନିକଟତର ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ଧୀରଜ ଶ୍ରୀବାସ୍ତବଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଧୀରଜ ଶ୍ରୀବାସ୍ତବ ସିଏମପି ଡିଗ୍ରୀ ମହାବିଦ୍ୟାଳୟର ପ୍ରିନ୍ସପାଲ ତଥା ପୂର୍ବତନ ଏମଏଲସି ଡକ୍ଟର ଜେ.ପି ଶ୍ରୀବାସ୍ତବଙ୍କ ପୁଅ।
Comments are closed.