Latest Odisha News

BREAKING NEWS

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଭିଡିଓ କନଫରେସିଂ ମାଧ୍ୟମରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ହୋଇଛି ଲୋକାର୍ପଣ ଉତ୍ସବ । ସମ୍ବଲପୁରରେ ଆହୁରି ସୁଗମ ହେବ ଯାତାୟତ ।

BjdElectrycity

ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ବିଭିନ୍ନ ରୁଟ୍‌ରେ ୧୫ ଟି ବସ୍‌ ଚଳାଚଳ ଆରମ୍ଭ କରିବ । ସେଥିମଧ୍ୟରେ ୯ ଟି ସାଧାରଣ ବସି ରହିଥିବାବେଳେ, ୫ ଟି ଏସି ବସ୍‌ ରହିଛି । ସମ୍ବଲପୁର ସହରାଞ୍ଚଳ ସହିତ ମହାନଗର ନିମଗ ଅନ୍ତର୍ଗତ ହୀରାକୁଦ, ବୁର୍ଲା ଓ ସାହାଜବାହାଲ ଅଞ୍ଚଳକୁ ଚଳାଚଳ କରି ଯାତ୍ରୀମାନଙ୍କୁ ନିୟମିତ ବ୍ୟବଧାନରେ ସେବା ମିଳିବ । ବସ୍‌ଗୁଡ଼ିକ ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ରୁଟ୍‌ରେ ଯାତ୍ରା କରିବ ।

ସେହିପରି, ବ୍ରହ୍ମପୁରରେ ଆରମ୍ଭ ହୋଇଛି ମୋ ବସ୍ ସେବା । ହଳଦିଆପଦର ବସ୍ ଷ୍ଟାଣ୍ଡରୁ ଏହି ମୋ ବସ୍ ସେବାର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୧୫ଟି ବସ୍ ୪ଟି ରୁଟ୍ ରେ ଚଳାଚଳ କରିବ । ଏହା ଭିତରେ ୧୦ଟି ନନ୍-ଏସି ବସ୍ ଚଳାଚଳ କରିବାକୁଥିବେଳେ, ୫ଟି ଏସି ବସ୍ ଚଳାଚଳ କରିବ । ପରବର୍ତ୍ତୀ ଅବସ୍ଥାରେ ସମସ୍ତ ବସ୍ ଏସି ହେବ ବୋଲି ଜଣାପଡ଼ିଛି ।

କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଓ ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.