Latest Odisha News

BREAKING NEWS

ସଞ୍ଜୟ ରାଉତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ; ଲାଗିଛି ଏକାଧିକ ଦଫା

ମୁମ୍ବାଇ: ଶିବସେନା ୟୁବିଟି(ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ତାଙ୍କୁ ମାରିବାକୁ ସୁପାରୀ କିଲର ଠିକ୍ କରିଥିବା ମିଛ ଅଭିଯୋଗ ଆଣିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ଥାନେ ପୁଲିସ୍।

କପୁରୱାଡ଼ି ପୁଲିସ ଷ୍ଟେସନ୍‌ରେ ରାଉତଙ୍କ ବିରୋଧରେ ମାମଲା ରଜୁ ହୋଇଥିବା ବେଳେ ତାଙ୍କ ବିରୋଧରେ ଆପିସିର ଏକାଧିକ ଦଫା ଲଗାଯାଇଛି। ଦଫା ୨୧୧(ଆହତ କରିବାକୁ ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ ଆଣିବା), ୧୫୨(ଏ)(ଜାତି, ଧର୍ମ, ବର୍ଣ୍ଣ, ଆଞ୍ଚଳିକ ଭେଦ, ଭାଷାଗତ ଭେଦ ଆଦି ମଧ୍ୟରେ ଶତ୍ରୁତା ସୃଷ୍ଟି କରି ଆଇନ ଶୃଙ୍ଖଳା ନଷ୍ଟ କରିବା), ଧାରା ୫୦୦(ମାନହାନୀ), ୫୦୧(ମାନହାନୀ କରିବା ଭଳି ଭ୍ରମାତ୍ମକ ତଥ୍ୟା ଛାପିବା) ଓ ୫୦୫(ସାର୍ବଜନିକ ଭାବେ ହାନୀ ପହଞ୍ଚାଉଥିବା ମନ୍ତବ୍ୟ) ଦଫା ଲଗାଯାଇଛି।

ସୂଚନା ଥାଉକି ସଞ୍ଜୟ ରାୱତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ରାୱତଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ। ତାଙ୍କୁ ହତ୍ୟା କରିବାକୁ ଶ୍ରୀକାନ୍ତ ଥାନେର ସୁପାରି କିଲର ରାଜା ଠାକୁର୍ ସହ ଡିଲ୍ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏନେଇ ସେ ମୁମ୍ବାଇ ପୁଲିସ କମିଶନରଙ୍କୁ ଏକ ଛିଠି ଲେଖି ରାଜା ଓ ଶ୍ରୀକାନ୍ତଙ୍କ ବିରୋଧରେ ଡିଲ୍ ହୋଇଥିବା ରାୱତ କହିଥିଲେ। କେବଳ ସେତିକି ନୁହେଁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ସେ ଏ ସମ୍ପର୍କରେ ଚିଠି ଲେଖି ମାମଲାରେ ହସ୍ତକ୍ଷେପ କରିବାକୁ କହିଥିଲେ।

 

Leave A Reply

Your email address will not be published.