Latest Odisha News

BREAKING NEWS

ଆଉ ନିର୍ବାଚନ ଲଢିବେନି ସୁର ରାଉତରାୟ; ତାଙ୍କ ଜାଗାରେ ଲଢିବେ ପୁଅ

ଭୁବନେଶ୍ୱର:  ନିର୍ବାଚନରୁ ସନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ୨୦୨୪ ନିର୍ବାଚନ ଲଢିବେନି ଜଟଣୀ ବିଧାୟକ । ଏକଥା ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଘୋଷଣା କରିଛନ୍ତି ସୁର ରାଉତରାୟ । ନିଜ ବୟସ ହୋଇ ଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ସୁର ।

ସୁର କହିଛନ୍ତି ‘ଏଥର ଆଉ ମୁଁ ଲଢିବିନି । ମୋ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ। ମୋତେ ୮୦ ହେଲାଣି। ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ।’  କିଛି ଏଭଳି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ଅନ୍ୟପକ୍ଷେ କଂଗ୍ରେସ ନେତା ସୁର ରାଉତରାୟ ଗକତାଲି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି  ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ସୁର କହିଛନ୍ତି, ନବୀନଙ୍କ ସହ ତାଙ୍କର ସାକ୍ଷାତ ସୌଜନ୍ୟମୂଳକ ଥିଲା । ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପାହାଡ଼ ଚଢି ଅନେକ ରେକର୍ଡ କରିଛନ୍ତି । ବିଭିନ୍ନ ପର୍ବତରେ ଭାରତର ପତାକା, ଜଗନ୍ନାଥଙ୍କ ପତାକା ଉଡାଇଛନ୍ତି  ।  ବିଭିନ୍ନ ଦେଶରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହି ସଫଳତା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ପାଇଁ ଡକାଇଥିଲେ ।

ସୁର କହିଛନ୍ତି,  ମୁଁ ଓ ମୋ ପୁଅ ଏହି ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲୁ। ଭଲ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ଜାଣି ଖୁସି ହେଲେ ଆଶ୍ଚର୍ଯ୍ୟ ମଧ୍ୟ ହେଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଛନ୍ତି ସୁର ।

ସେ ଆହୁରି ସ୍ପଷ୍ଟ କରିଛନ୍ତି,  ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି । ମୋ ସାନ ପୁଅ ମନ୍ମଥ ମଧ୍ୟ କଂଗ୍ରେସରୁ ଲଢ଼ିବ  ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି ।

 

 

 

Leave A Reply

Your email address will not be published.