Latest Odisha News

BREAKING NEWS

ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଜେଏନୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶାନ୍ତୀଶ୍ରୀ ଧୂଳିପୁଡି  ପଣ୍ଡିତଙ୍କୁ ୫ ବର୍ଷ ପାଇଁ ଭିସି ଭାବେ ନିଯୁକ୍ତି କରାଯାଇଛି । ପୂର୍ବତନ ଭାଇସ ଚାନସେଲର ପ୍ରଫେସର ଏମ ଜଗଦେଶ କୁମାରଙ୍କ ସ୍ଥାନରେ ଶାନ୍ତିଶ୍ରୀ ଜେଏନୟୁ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି ।

ଅନ୍ୟପଟେ ଜେଏନୟୁର କୂଳପତି ଦାୟିତ୍ୱରୁ ଛାଡିଥିବା ଏମ ଜଗଦେଶ ୟୁନିଭର୍ସିଟି ଗ୍ରାଣ୍ଡ କମିଟିର ଚେୟାରମ୍ୟାନ ହୋଇଛନ୍ତି । ଋଷିଆର ଏସଟି ପିଟର୍ସବର୍ଗରେ ୧୯୬୨ ମସିହା ଜୁଲାଇ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ପଣ୍ଡିତ ।୧୯୮୮ରୁ ସେ ଶିକ୍ଷାଦାନ କରିଆସୁଛନ୍ତି ।ତାପରେ ୧୯୮୫ରୁ ରିସର୍ଚ୍ଚ ଫିଲ୍ଡରେ କାମ କରିଆସୁଛନ୍ତି ।

ଶ୍ରୀ ପଣ୍ଡିତ ଏକାଧିକ ବଡ ବଡ ସଂସ୍ଥାରେ ସଦସ୍ୟ ରହିଛନ୍ତି ବହୁଭାଷୀ ଏକାଡେମିକ୍, ପଣ୍ଡିତ ଆମେରିକୀୟ ଷ୍ଟଡିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ହାଇଦ୍ରାବାଦ, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଆମେରିକୀୟ ଷ୍ଟଡିଜ୍, ଅଲ୍ ଇଣ୍ଡିଆ ପଲିଟିକାଲ୍ ସାଇନ୍ସ ଆସୋସିଏସନ୍, ଭଣ୍ଡାର୍କର ଓରିଏଣ୍ଟାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆନ୍ ସେକ୍ୟୁଲାର୍ ସୋସାଇଟି ଭଳି ଅନେକ ପ୍ରତିଷ୍ଠିତ ସଂଗଠନର ସଦସ୍ୟ ଅଟନ୍ତି। ତାଙ୍କର ଦୁଇଟି ପୁସ୍ତକ ଅଛି – ‘ସଂସଦ ଏବଂ ଭାରତରେ ବୈଦେଶିକ ନୀତି ’ ।

 

Comments are closed.