Latest Odisha News

BREAKING NEWS

ଓଡ଼ିଶାର ୧୮ ଜିଲ୍ଲାରେ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁସବୁ ଜିଲ୍ଲା

ଭୁବନେଶ୍ୱର: ଓଡିଶାର ୧୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ (ଭୁବନେଶ୍ୱର ଓ କଟକ ସିଟି) ଆଦି ଜିଲ୍ଲା।

ଏହି ସବୁ ଜିଲ୍ଲାରେ ଆଗାମୀ ୨ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେବେ ଏହି ସମୟରେ ପବନରେ ବେଗ ୪୦ରୁ ୫୦ କିମି. ରହିବ।

ଅପରପକ୍ଷେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.