Latest Odisha News

‘ଓଡ଼ିଶାରେ ଚାଲିଛି ବାବୁଙ୍କ ଶାସନ, ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି ମନ୍ତ୍ରୀ’: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ବାବୁମାନଙ୍କ ଶାସନ । ବାବୁଙ୍କ ପାଇଁ ଛତା ଧରି ବୁଲୁଛନ୍ତି ପ୍ରଭାବଶାଳୀ ମନ୍ତ୍ରୀ । ଏଭଳି କହି ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଆହୁରି କହିଛନ୍ତି, ମୁଁ ଆଜି ଖବର କାଗଜ ଦେଖିଲି ବାବୁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି । ପ୍ରଭାବଶାଳୀ ମନ୍ତ୍ରୀ ମାନେ ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି ।

ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଉଷ୍ମ କରିଥିବା ବେଳେ ଏନେଇ ଶାସକ ବିଜେଡିର ପ୍ରତିକ୍ରିୟା ମିଳି ପାରି ନାହିଁ । ଏହା ପୂର୍ବରୁ ୨୦୨୨ ଡିସେମ୍ବର ଶେଷ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼଼ିଶା ଆସିଥିବା ବେଳେ କହିଥିଲେ, ଓଡ଼ିଶାରେ କିଏ ସରକାର ଚଳଉଛି, ବୁଝା ପଡ଼ୁନାହିଁ । ଏ ପ୍ରଶ୍ନକୁ ବାରମ୍ବାର ବିଜେପି ନେତା ପଚାରୁଛନ୍ତି ।

ଏବେ ସରକାର କିଏ ଚଳାଉଛି ପ୍ରଶ୍ନ ନ କରି ଧର୍ମେନ୍ଦ୍ର ସିଧା ସିଧା କହିଛନ୍ତି ଏଠି ବାବୁମାନଙ୍କର ଶାସନ ଚାଲିଛି, ପ୍ରଭାବଶାଳୀ ମନ୍ତ୍ରୀ ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି । ସମ୍ବଲପୁର ହିଂସା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ସ୍ଥାନୀୟ ପ୍ରଶାସନର ଅପାରଗତା ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟ ହୋଇଥିଲା ।

ହନୁମାନ ଜୟନ୍ତୀ ଦିନ ଜଣେ ଆଦିବାସୀ ପିଲାକୁ ହତ୍ୟା କରାଗଲା । ପୋଲିସର ଦାୟିତ୍ୱ ପରିଲିଖିତ ହେଉ ନାହିଁ । ହିନ୍ଦୁ ସମାଜ ଉପରେ ଅତ୍ୟାଚାର ବଢ଼ୁଥିବା ବେଳେ ମାନ୍ୟଗଣ୍ୟ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ଚେଷ୍ଟା କରୁଛି । ଏକତରଫା ଭାବେ ଏସପିଙ୍କ ଠାରୁ ନେଇ ଡିଜିପି କାମ କରୁଛନ୍ତି। ଯାହାକୁ ବିଜେପି ପ୍ରଥମ ଦିନରୁ ବିରୋଧ କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.