Latest Odisha News

ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବନ୍ଦ ରହିବ ହାଇକୋର୍ଟ ନିକଟରେ ଥିବା ଏସବୁ କାର୍ଯ୍ୟାଳୟ…

କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ବୁଧବାର ରାଷ୍ଟ୍ରପତି କଟକ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିବ ।

ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ ଅନୁସାରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବୁଧବାର ଏକାଧିକ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିବ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବୁଧବାର ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ୍ ହେବେ । କଟକ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେବା ସହ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ୍ ହେବେ ରାଷ୍ଟ୍ରପତି ।

ବୁଧବାର ବନ୍ଦ ରହିବ ଏସବୁ କାର୍ଯ୍ୟାଳୟ

President’s Odisha Visit Offices Near High Court To Remain Closed In Cuttack Tomorrow

Leave A Reply

Your email address will not be published.