Latest Odisha News

BREAKING NEWS

ଚର୍ଚ୍ଚାରେ ସାରାଙ୍କ ନୂଆ ବନ୍ଧୁ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବହୁତ ସକ୍ରିୟ ରହୁଛନ୍ତି। ନିକଟରେ ସାରା ତାଙ୍କ ଫିଲ୍ମ ‘କୁଲି ନଂ ୧’ ରିଲିଜ୍ ଏବଂ ଫିଲ୍ମ ‘ଅତ୍‌ରଙ୍ଗୀ ରେ’ ସୁଟିଂ ବିଷୟରେ ଆଲୋଚନାରେ ଥିଲେ। ଆଜିକାଲି ସେ ତାଙ୍କ ଭାଇଙ୍କ ସହ ଛୁଟିଦିନ କରୁଛନ୍ତି। ଯାହାଙ୍କ ସହ ସେ ତାଙ୍କର ଅନେକ ଫଟୋ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ବର୍ତ୍ତମାନ ସାରା ଅଲି ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବନ୍ଧୁ ଜେହାନ୍ ହାଣ୍ଡାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଟେରାସରେ ବସିଛନ୍ତି ଏବଂ ବହୁତ ନିକଟରେ ବସିଥିବା ଦେଖିବାକୁ ମିଳିଛି। ଫଟୋରେ ସାରା ହ୍ବାଇଟ୍‌ ଫୁଲ୍‌ ସ୍ଲିଭ୍ ଟପ୍ ରେ ଦେଖାଯାଇଥିବାବେଳେ ତାଙ୍କ ବନ୍ଧୁ ଜାହାନ ଗୋଲାପୀ ହୁଡି ଏବଂ କମଳା ଟ୍ରାକ୍ ପ୍ୟାଣ୍ଟରେ ନଜର ଆସିଛନ୍ତି। ଏହି ଫଟୋ ସହିତ ସାରା ମଧ୍ୟ ଏକ ସ୍ୱତନ୍ତ୍ର ପୋଷ୍ଟ ଲେଖିଛନ୍ତି। ସେ ଏହି ଫଟୋ ସେୟାର କରି କ୍ୟାପସନ୍ ଲେଖିଛନ୍ତି, “ସାରା ଗୋଲ୍‌ ଗୋଲ୍‌ ହୋ ସକ୍‌ତା ହୈ, କିନ୍ତୁ ଜେହାନ୍ ଜଣେ ଟେଲିଟୁବି।”

Leave A Reply

Your email address will not be published.