Latest Odisha News

BREAKING NEWS

ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ପୋଲିସ ଆଖିରେ ଧୂଳି ଦେବାକୁ ନୂଆ ନୂଆ କୌଶଳ ଆପଣଉଛନ୍ତି ବେପାରୀ । ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ଏଭଳି ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ମାଲକାନଗିରି ଥାନା ପୋଲିସ ।

ଦୁର୍ବୃତ୍ତ ନୀଳବତି ଲାଗିଥିବା ଗାଡ଼ି ବ୍ୟବହାର କରୁଥିବା ବେଳେ ଆଗରେ ପୋଲିସର ଷ୍ଟିକର ଲଗାଇଥିଲେ । ଗତକାଲି ରାତିରେ ଚିତ୍ରକୋଣ୍ଡାରୁ ବିହାର ଗଞ୍ଜେଇ ଚାଲାଣ କରୁଥିଲେ । ଏତିକିବେଳେ ନାକାମାମୁଡ଼ି ଛକରେ ଗାଡ଼ି ଚେକିଂ କରିଥିଲା ପୋଲିସ ।

ଇନୋଭା କାର ସହ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାଜୁ ଖଲିଫା, ରାଜୀବ କୁମାର ଓ ଅଶକୋ କୁମାର । ଏମାନଙ୍କର ଘର ବିହାରରେ ବୋଲି ଜଣା ପଡ଼ିଛି । ଆଉ କିଛି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Leave A Reply

Your email address will not be published.