Latest Odisha News

BREAKING NEWS

ସାରା ଶର୍ମାଙ୍କ ‘ମାଇଁ ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଆଇପିଏସ ସାରା ଶର୍ମାଙ୍କ ପୁସ୍ତକ ମାଇଁ ‘ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।  ଆରକ୍ଷୀ ବିଭାଗର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ପୁସ୍ତକ ରଚନା ପାଇଁ ଆଗ୍ରହୀ ହୋଇଥବା ଯୋଗୁଁ ମୁଖ୍ୟମନ୍ତ୍ରୀ ଲେଖିକାଙ୍କୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି।

ପ୍ରାଶନିକ ସେବାର ପ୍ରାରମ୍ଭିକ ଦିନ, ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟ, ଗଜପତି ଜିଲ୍ଲାର ଅନୁଭୂତି, ନିର୍ବାଚନ, ଶିଶୁ ଅନୁକୂଳ ପୋଲିସ୍ ଷ୍ଟେସନ୍, ଗୋଲାପୀ ଅଟୋ, କୋଭିଡ୍ ସମୟ, ସ୍ୱାସ୍ଥ୍ୟ ଶିବିର ଏବଂ ଅନ୍ୟାନ୍ୟ ଘଟଣାକୁ ନେଇ ସମୁଦାୟ ୨୮ଟି ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକରେ ସାରା ଓଡ଼ିଶାର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାରେ ଏସ୍ ପି ଭାବରେ କାମ କରୁଥିବା ସମୟର ବ୍ୟକ୍ତିଗତ ଅଭିଜ୍ଞତାକୁ ଅନ୍ତର୍ଭୁକ୍ତ କରିଛି। ଏହି ପୁସ୍ତକଟି କୋଲକାତା ଏସୀୟ ପ୍ରେସ ବୁକ୍ ଦ୍ୱାରା ପ୍ରକାଶିତ ହୋଇଛି।

Leave A Reply

Your email address will not be published.