Latest Odisha News

BREAKING NEWS

ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢ଼ା ବହି’ ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ପକ୍ଷରୁ ପ୍ରକାଶିତ ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢା ବହି’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ପୁସ୍ତକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ଭାଷାର ପ୍ରଚାର ପ୍ରସାର ଦିଗରେ କବି ଓ ଲେଖକମାନଙ୍କ ଅବଦାନ ଅତୁଳନୀୟ ; ସେଥିପାଇଁ ଲେଖା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ସମୁଦାୟ ୭୫ଟି କବିତାର ସମାହାର ସହ କବି ଜୟନ୍ତ ମହାପାତ୍ରଙ୍କ ରଚିତ ମୁଖବନ୍ଧ ସହ ଏହି ସଙ୍କଳନସ୍ଥ ପ୍ରତ୍ୟେକ କବିତାରେ କବି ସମାଜ ଭିତରେ ମଣିଷର ମାନବିକତାକୁ ଅନ୍ବେଷଣର ଅନ୍ତଃସ୍ୱରକୁ ପ୍ରତିଫଳିତ କରିଛନ୍ତି ଏବଂ ସମାଜରେ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି ।

Leave A Reply

Your email address will not be published.