ଚାରିକୋଣିଆ କାଗଜ ଖଣ୍ଡିକରୁ ମାଙ୍କଡଚିତ୍ । ମାଗାଜିନର ପେଜ୍ ବା ସେମିତି ଟିକିଏ ଟାଣୁଆ କାଗଜ ନିଅ । ୧୦ସେମି ଧାର ବିଶିଷ୍ଟ ବର୍ଗାକାର କାଗଜରେ ଏଇ ଖେଳଣାକୁ ତିଆରି କରିବା ।
୧- ପ୍ରଥମେ କାଗଜର ଦୁଇ ସାମ୍ନା ଧାରକୁ ଯୋଡି ଭାଙ୍ଗିଦିଅ । କାଗଜର ମଝି ଭାଙ୍ଗ ମିଳିଯିବ ।
୨- କାଗଜର ଦୁଇ ପାଖାପାଖି କୋଣକୁ ମଝି ଭାଙ୍ଗ ଯାଏଁ ଭାଙ୍ଗିଦିଅ । କାଗଜର ଗୋଟିଏ ପଟେ ତିନିକୋଣିଆଟିଏ ମିଳିବ ।
୩- ତିନିକୋଣିଆକୁ ତଳ ଆଡକୁ ମଝିଗାରରେ ଭାଙ୍ଗ ଯେମିତି ମୁନିଆ ଅଂଶଟି ଟିକିଏ ଅଧିକ ବାହାରି ରହିବ ।
୪- ତଳଆଡକୁ ଭଙ୍ଗା ଯାଇଥିବା ତିନିକୋଣିଆକୁ ଅଧା କରି ପୁଣି ଥରେ ତଳ ଆଡକୁ ଭାଙ୍ଗିଦିଅ ।
୫- ବାମ ଏବଂ ଡାହାଣ ପଟ ଧାରକୁ ମଝି ଗାର ଯାଏଁ ଭାଙ୍ଗି, ଭଲ କରି ଦାଗ ଦେଇ ଖୋଲିଦିଅ । ଏବେ ତଳ ବାମ ଏବଂ ଡାହାଣ ପଟ କୋଣକୁ ନୂଆ ଗାର ଯାଏଁ ଭାଙ୍ଗିଦିଅ ।
୬- ଏବେ କାଗଜକୁ ଠିଆ କରି ଧର ଯେମିତି ତିନିକୋଣିଆ ଭଙ୍ଗା ପଟ ଉପରକୁ ରହିବ । କାଗଜକୁ ଛାଡି ଦେଇ ଦେଖ, କେମିତି କାଗଜଟି ମାଙ୍କଡଚିତ ମାରୁଛି ।
Comments are closed.