Latest Odisha News

BREAKING NEWS

ନୂଆ ବରଷ ହେ ଆସିଛ

 

ଶୀତ ସକାଳର ପହିଲି ଖରାରେ
ନୂଆ ବରଷ ହେ ଆସିଛ
ମୁହଁ ଫୁଲେଇ ଲୁହ ଝରେଇ
ମନ ମାରି କିଆଁ ବସିଛ?

ଜଣା ଆମକୁ , ନଥିଲା ଭଲ
ଗଲା ବରଷ ଯାକ
ରୋଗ ଦାଉରେ ପଡ଼ି ସମସ୍ତେ
ଭୁଲିଲେ ଶୋଷ ଭୋକ।।

ଖୋଲିଲା ନାହିଁ ବିଦ୍ୟାଳୟ କି
ହେଲାନି କିଛି ଯାତ
ମନ ମାରିକି ରହିଲୁ ଆମେ
ହାତରେ ଦେଇ ହାତ।।

 

ବାହାଘର କି ପୁଆଣି ନାହିଁ
ନାହିଁ ବି କିଛି ଭୋଜି
ସାଙ୍ଗ ସହିତ ଖେଳ ବି ନାହିଁ
ନାହିଁ ବି କିଛି ବାଜି।।

ଯାହା ବି ହେଉ ସରିଗଲାଣି
ଗୋଟେ ବରଷ କାଲି
ଗଲା କଥାକୁ ପାସୋରି ଦେଇ
ନୂଆ ଧରିବା ପାଳି।।

ଏଇ ବରଷ ଦେଉ ହରଷ
ଖୁସି ଫେରେଇ ଆଣୁ
ଶୁଭ ମନାସି ହୋଇବା ଖୁସି
ବୁଣିବା ହସ ରେଣୁ।

ରସୁଲଗଡ଼, ଭୁବନେଶ୍ୱର

Comments are closed.