Latest Odisha News

ଶିଶୁ କବିତା : ଆମେ ହସିଲେ ଦେଶ ହସିବ

କୁଞ୍ଜ ବିହାରୀ ସାହୁ 

ସ୍ୱାଧୀନ ଦେଶର ଶିଶୁ ଆମେରେ
ଆମରି ଓଠରେ ଭରିଛି ହସ,
ଆମେରେ ନାଚୁଛୁ ଥେଇକି ଥେଇ
ସଭିଙ୍କୁ କହୁଛୁ ଏକାଠି ବସ ।

ଉଡ଼େଇ ଦେଉଛୁ ତ୍ରିରଙ୍ଗା ବାନା
ଅଗଷ୍ଟ ପନ୍ଦର ଆସିଛି ବୋଲି,
ସଭିଏଁ ଆମେରେ ଭଉଣୀ ଭାଇ
ବୁଲୁଛୁ ଖୁସିରେ ଗୀତଟି ବୋଲି ।

ଭାଷଣ ଦେଉଛୁ ଗରବ କରି
ଆମରି ନେତାଙ୍କ ସୁମରି ଗୁଣ
ତାଙ୍କରି ମହତ ବାଟରେ ଚାଲି
ଶୁଝିବୁ ହରଷେ ସାହସ ଋଣ ।

ଆମେ ତ ଭାବୁନା କିଏ ସେ ପର
ହାତକୁ ଧରିକି ଆଗେଇ ଚାଲୁ
ନାଆଁଟି କାହାର ଗୋପାଳ, ଗୁରୁ,
ମହେଶ, ଚାନ୍ଦିନୀ, ଲାଲିମା, ଲାଲୁ ।

ଅଗଷ୍ଟ ପନ୍ଦର କହୁଛି ପରା
ଜାତୀୟ ପତାକା ଆମରି ଟେକ
ଶିଶୁଟି ହସିଲେ ଏ ଦେଶ ହସେ
ପତାକା ଉଡ଼ାଅ ହୋଇଣ ଏକ ।

ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର

Comments are closed.