ନମିତା ପାଇକରାୟ
ଫାଲଗୁନ ଆଉ ଚୈତ୍ର ମାସେ
ବଉଳ ଭିତରୁ ଆମ୍ବ ଦିଶେ ।
ପୁପୁ, ନିପା ,ଦୀପା ହୁଅନ୍ତି ଖୁସି
ଖାଇବେ କିପରି ଆମ୍ବ କଷି ।
ମାରନ୍ତି ପଥର ଆମ୍ବ ଗଛ କୁ
ଖସିପଡେ କିଛି ଆମ୍ବ ତଳକୁ ।
ଖୁସି ରେ ପିଲାଏ ନାଚନ୍ତି ସେଠି
ପାଟି ଶୁଣି ଆଈ ଆସନ୍ତି ଉଠି ।
କିଏ ଝାଡିଲା ଆମ୍ବ କଷି କୁ
ତାଙ୍କ ମାଆ କାନ୍ଦେ ଦେଖ ଗଛକୁ।
ଆମ୍ବ କଷି କାନ୍ଦି ଗଡନ୍ତି ତଳେ
ଦେଖ ସବୁ ଆସି ଏଇଠି ପିଲେ ।
ପିଲାଏ ଆସିଲେ ଚାହିଁଲେ ତଳେ
ଆମ୍ବ କାନ୍ଦୁ ଥିଲେ ନସୀର ଜଳେ ।
ବଢିବାକୁ ଦିଅ ଆମ୍ବ କଷିକୁ
ବଡ ହୋଇ ଗଲେ ଖାଇବ ତାକୁ ।
ଶୁଣିଲେ ପିଲାଏ କହିଲେ ଆଈ
ଏହି ପରି ଭୁଲ କରିବୁ ନାହିଁ ।
ଜମା ଖାଇବୁନି କଷି ଆମ୍ବକୁ
ଆମ୍ବ ପାଚି ଗଲେ ଖାଇବୁ ତାକୁ ।
ଯତନ କରିବୁ ଆମେ ଗଛକୁ
କେତେ ଫଳ ଦେବ ଗଛ ଆମକୁ ।
Comments are closed.