Latest Odisha News

ଶିଶୁ କବିତା : ବିଲୁଆ ନନାର ବାହାଘର

ପ୍ରଣତି ଆଚାର୍ଯ୍ୟ ମିଶ୍ର 

ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର
ସଭିଏଁ ମିଶି କରିବେ ବନେ ବିଲୁଆ ନନା ବାହାଘର।।

ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ
ଘରକୁ ଘର ଖବର ଦେଇ ଚତୁର କାଉ ରାବେ।।

ସଭା କରିଲେ ସଭିଏଁ ମିଶି କାମ କିପରି ହେବ
କାମ ବାଣ୍ଟିଲେ ନିଜ ଭିତରେ ଖୁସିରେ ଦେଲେ ରାବ।।

ବରଯାତ୍ରୀରେ ଆସିଲା ହାତି ବାଘ ପିଠିରେ ଛେଳି
କନିଆଁ ଘରେ ଦେଖି ସଭିଁଙ୍କୁ ମାରିଲେ ହୁଳହୁଳି।।

ବଇଦ ବୁଢା ହନୁମାଙ୍କଡ ସାଜିଲା ପୁରୋହିତ
ଶୁଆ ଶାରୀ ଓ କୋଇଲି ମିଶି ଗାଇଲେ ବିବାହ ଗୀତ।।

ବିଲୁଆ ନାନି କନିଆଁ ସାଜି ବେଦିରେ ଯାଇ ବସି
ଓଢଣୀ ଫାଙ୍କୁ ଦେଖଇ ବର ମନରେ ହସି ହସି।।

ଟିକେ ବରଷା ଟିକିଏ ଖରା ବିବାହ ଦେଖି ହେଲା
କନିଆଁ ପିତା ସାଜିଣ ବାଘ କନିଆଁ ଦାନ କଲା।।

ଖୁସି ମନରେ ସଭିଏଁ ମିଶି ମାରିଲେ କରତାଳି
ଭୋଜି ଖାଇଣ ଯେଝା ବାଟରେ ଗଲେତ ସବୁ ଚଳି।।

ନୟାଗଡ଼

Comments are closed.