Latest Odisha News

BREAKING NEWS

ଶିଶୁ କବିତା : ଆମେ ସବୁ ମହୁମାଛି

ପ୍ରତିଭା ସାହୁ 

ଆସଲୋ ଆସ ସାଙ୍ଗ ସାଥି ସଭି
ମହୁମାଛିମାନେ ଆସ
ଜାତି ଜାତି ଫୁଲ ଫୁଟି ହସୁଅଛି
ନରମ ଫୁଲରେ ବସ ।।

ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ
ଫୁଲରୁ ଫୁଲକୁ ଉଡ଼ିବା
ସକାଳ ସୁରୂଯ ସୁନେଲି କିରଣେ
ହସି ଖେଳି ନାଚି ଯିବା ।।

ପବନରେ ଝୁଲି ଫୁଲରେ ବସି
ମିଠା ରସ ଶୋଷିଯିବା
କିଛି ପିଇନେବା କିଛି ତ ସଞ୍ଚିବା
ଜଗତରେ ମଧୁ ଵାଣ୍ଟିବା ।।

ତ୍ୟାଗ କରି କିଛି ଆନନ୍ଦ ପାଇବା
ଜନ ମନ କରି ତୋଷଣ
ଛୋଟ ହେଲେ ମଧ୍ୟ ଜଗତେ ରହିବା
ହୋଇ ପୁଣି ଉଦାହରଣ ।।

ବ୍ଇଣ୍ଡା, ହାଇସ୍କୁଲ ରୋଡ୍
୭୦୦୮୨୩୬୯୯୧

Comments are closed.