Latest Odisha News

BREAKING NEWS

ଶିଶୁ କବିତା : ବାପୁ

ସଫଳା ଦାସ

କିଶୋର କିଶୋରୀ କଳିକା ଗଣ
ଆମ ବାପୁଙ୍କର ଜନମ ଦିନ।।

ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ
ପାଳୁଥିଲେ ସତ୍ୟ ଅହିଂସା ନୀତି ।।

ପିଲାଦିନେ ଦୋଷ ଅନେକ କରି
ସ୍ୱୀକାର କରିଣ ଗଲେ ସୁଧୁରି।।

ପାନ ବିଡି ନୁହେଁ ଛୋଟିଆ ନିଶା
ଜଣା ପଡେ ନାହିଁ ଟାଣେ ପଇସା ।।

ଖରାପ ସାଙ୍ଗଙ୍କ ସାଥିରେ ପଡି
କରଜ କରି ସେ ଟାଣିଲେ ବିଡି ।।

ଚୋରି କରି ସୁନା ଅନନ୍ତ ବିକି
ଅସହ୍ୟ ଯନ୍ତ୍ରଣା ପଡିଲେ ଥକି ।।

ସହି ପାରିଲେନି ଚୋରି କଥା ଟି
ବାପାଙ୍କ ପାଖକୁ ଲେଖିଲେ ଚିଠି ।।

ପ୍ରେମ ପୂର୍ଣ୍ଣ ଭାବ ଦୋଷସ୍ୱୀକାର
ଚିଠି ହାତେ ଦେଇ ଥିଲେ ପାଖର ।।

ବାପାଙ୍କ ଲୁହରେ ତିନ୍ତିଲା ଚିଠି
ଆଖିରେ ସେ ଦୃଶ୍ୟ ରହିଲା ଲାଖି ।।

ଦୋଷ କ୍ଷମା କରି ଅପାର ସେହ୍ନେ
ବାନ୍ଧିଲେ ବାପୁଙ୍କୁ ପ୍ରେମ ହୃଦୟେ ।।

ଦୃଢ ପ୍ରତିଜ୍ଞା ଟି ବାପୁ କରିଲେ
ସେଦିନରୁ ବିଡି ନିଶା ଛାଡିଲେ ।।

ପିତାମାତା ଯହିଁ ଢାଳିବେ ଲୁହ
ପୁତ୍ର ଜନ୍ମ କରି କି ଲାଭ କୁହ ।।

ମାତା ପିତା ଗୁରୁ ପରମେଶ୍ଵର
ତାଙ୍କରି ଆଶିଷ ସତ୍ୟ ଇଶ୍ୱର ।।

Leave A Reply

Your email address will not be published.