Latest Odisha News

BREAKING NEWS

ସରପଞ୍ଚଙ୍କ ଅଭିନବ ପ୍ରୟାସ, ଡ୍ରୋନରେ ପଠାଇଲେ ପେନସନ ଟଙ୍କା

ନୂଆପଡା: ଡ୍ରୋନରେ ପହଞ୍ଚିଲା ପେନସନ ଟଙ୍କା । ଦିବ୍ୟାଙ୍ଗ ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବା ଲାଗି ଏପରି ଅଭିନବ ପ୍ରୟାସ କରିଛନ୍ତି ନୂଆପଡ଼ା ଭାଲେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲ ।  ନୂଆପଡା ଜିଲ୍ଲା ସଦରମହାକୁମା ସ୍ଥିତ ଭାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲଙ୍କ ନିଆରା ପ୍ରୟାସ । ଡ୍ରୋନ ସାହାଯ୍ୟ ରେ ପଠାଇଲେ ମଧୁବାବୁ ପେନସନ ଟଙ୍କା ।

ଭୁତକାପଡା ଗାଁ ର ଭିନ୍ନକ୍ଷମ ହିତାଧିକାରୀ ହେତୁରାମ ସତନାମୀ ପାଖରେ ପହଁଚିଲା ମଧୁବାବୁ ପେନସନ ଟଙ୍କା। ଟଙ୍କା ପାଇବା ପରେ ଭିନ୍ନକ୍ଷମ ହେତୁରାମ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହେତୁରାମ ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ସେ ଚଳାବୁଲା କରି ପାରନ୍ତି ନାହିଁ ।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭୁତକାପଡା ଗାଁ ଯିବାକୁ ହେଲେ ୨ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ପଡିଥାଏ । ଯାହାକୁ ପାର କରି ଯିବା ହେତୁରାମଙ୍କ ପକ୍ଷେ ସମ୍ଭବ ନୁହେଁ ।

ଭୁତକାପଡା ଗାଁରେ ପ୍ରାୟ ୨୦ ଗୋଟି ଦଳିତ ଗରିବ ପରିବାର ବାସ କରନ୍ତି । ସେଠାରେ ଭିନ୍ନକ୍ଷମ ହେତୁରାମ ମଧ୍ୟ ବାସ କରନ୍ତି । ହେତୁରାମ ପେନସନ ଟଙ୍କା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଭାଳେଶ୍ୱରକୁ ଯାଇ ଟଙ୍କା ନେବା ସମ୍ଭବ ହେଉନଥିଲା ତେଣୁ ସରପଞ୍ଚ ମହାସୟା ଚିନ୍ତା କରି ଏହି ଅଭିନବ ଉପାୟ କରି ବାସ୍ତବ ରୂପ ଦେଇଛନ୍ତି ।  ଏନେଇ ସରପଞ୍ଚ ସରୋଜ ବାଇ ଅଗ୍ରୱାଲ କହିଛନ୍ତି ଭାଳେଶ୍ୱର ପଂଚାୟତ ର ବିଛିନାଞ୍ଚଳ ରେ ବାସ କରୁଥିବା ଲୋକ ଙ୍କ ପାଖକୁ କିଭଳି ସୁବିଧା ପହଞ୍ଚାଇ ହେବ ଏଭଳି ଅନେକ କଥା ଭାବୁଥିଲି । ହଠାତ ଦିନର ଖବର କାଗଜ ରେ ପଢିବା କୁ ପାଇଲି ବିଦେଶରେ ଡ୍ରୋନ ସାହାଯ୍ୟ ରେ ଅନେକ କାମ ହେଉଛି । ସେଠାରୁ ମୋ ମନରେ ଏକ ନୂଆ ଚିନ୍ତା ଧାରା ଜାଗ୍ରତ ହେଲା । ଏହା ପରେ ଡ୍ରୋନ ସାହାଯ୍ୟ ରେ ମଧୁବାବୁ ପେନସନ ପଠାଇବା ପ୍ରୟାସ କରି ସଫଳ ମଧ୍ୟ ହୋଇଛି ।

 

Leave A Reply

Your email address will not be published.