Latest Odisha News

BREAKING NEWS

ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କି ଫଳ ମିଳେ, ଜାଣନ୍ତୁ

ଭୁବନେଶ୍ବର: ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ସବୁ ଚିହ୍ନ ରହିଛି ଯାହା ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ । ତାହା ଭଲ ବି ହୋଇପାରେ ଆଉ ଖରାପ ବି ହୋଇପାରେ । ଏହି ଚିହ୍ନ କଳାଜାଇ ଆକାରରେ ଆମ ଶରୀରରେ ରହିଥାଏ । ସମୟ ଓ ବୟସ ବଢିବା ସହ ଏହା ମଧ୍ୟ ବଦଳିଥାଏ। ଜାଣନ୍ତୁ ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୋଇଥାଏ…

ଡାହାଣ ଗାଲରେ କଳାଜାଇ :

ଯଦି ଆପଣଙ୍କ ଡାହାଣ ଗାଲରେ କେଉଁଠି ବି କଳାଜାଇ ଅଛି ତେବେ ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ ।

ବାମ ଗାଲରେ କଳାଜାଇ :

ଯେଉଁମାନଙ୍କର ବାମ ଗାଲରେ କାଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ମାତ୍ର ସେମାନେ ଅର୍ଥ ସଞ୍ଚୟ କରିପାରିନଥାନ୍ତି ।

ଦୁଇ ଭୃଲତା ମଝିରେ କଳାଜାଇ :

ଯେଉଁମାନଙ୍କର ଦୁଇ ଭୃଲତା ମଝିରେ କଳାଜାଇ ଥାଏ ତାହା ଶୁଭଙ୍କର ହୋଇଥାଏ । ସଫଳତା ମିଲିଥାଏ । ବିବାହ ପୂର୍ବରୁ ସେମାନଙ୍କୁ ଟିକିଏ ଭଲ ପାଇଁ ବି ଅଧିକ ପରିଶ୍ରମ କରିବାକୁ ହୋଇଥାଏ ।

ଓଠ ତଳେ କଳାଜାଇ :

ଯେଉଁମାନଙ୍କର ଓଠର ତଳେ ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ରହିଥାଏ ।

ଡାହାଣ ହାତ ପାପୁଲିରେ କଳାଜାଇ :

ଯେଉଁମାନଙ୍କର ଡାହାଣ ହାତ ପାପୁଲିରେ କଳାଜାଇ ଥାଏ ସେମାନେ ସ୍ବାସ୍ଥ୍ୟ ପାଇଁ ସାବଧାନ ରହିବା ଜରୁରୀ । କାରଣ ସେମାନଙ୍କର ରୋଗ ଏବଂ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।
ବିବାହ ପରେ ସଫଳତାର ସଙ୍କେତ ଦିଏ କଳାଜାଇ

ବାମ ପାପୁଲିରେ କଳାଜାଇ :

ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ । ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇନଥାଏ ।ତେବେ ଖର୍ଚ୍ଚ ରୋକିବାରେ ସମସ୍ୟା ହୋଇଥାଏ ।

ପାଦରେ କଳାଜାଇ :

ଯେଉଁମାନଙ୍କର ପାଦରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ । ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ ।

ପାଦ ଗୋଇଠିରେ କଳାଜାଇ :

ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ ।

Leave A Reply

Your email address will not be published.