Latest Odisha News

BREAKING NEWS

ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ: ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପରିଚୟ ସୃଷ୍ଟି କରି ପରିଥିବା ‘ପେଟିଏମ୍‌’ ।

ମିଳିଥିବା ସୂଚନା ଅନୁଯାୟୀ, ଅଂଶଧନ କିଣିବିକା ନେଇ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସହ ଆଲୋଚନା କରିଛନ୍ତି ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ।
ରିଜର୍ଭ ବ୍ୟାଙ୍କର ଅନୁମତି ମିଳିବା ପରେ ନେଣଦେଣ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ରାଣା କପୁର ଓ ତାଙ୍କ ପରିବାର ନିକଟରେ ୟେସ୍‌ ବ୍ୟାଙ୍କର ୯.୬% ଅଂଶଧନ ରହିଛି। ତେବେ ଅଂଶଧନ ବିକ୍ରି ନେଇ ବ୍ୟାଙ୍କ ପକ୍ଷରୁ କୌଣସି ଟିପ୍ପଣୀ କରାଯାଇନାହିଁ।

ଅନ୍ୟପକ୍ଷରେ ପ୍ରଶାସନ ଓ ନିୟମ ପାଳନ ଉପରେ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ୟେସ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବନୀତ ଗିଲ୍‌ ।

Leave A Reply

Your email address will not be published.