Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ

ମୁମ୍ବାଇ: ବଲିଉଡର ଆଗଧାଡ଼ିର କୋରିଓଗ୍ରାଫର ସରୋଜ ଖାନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଶନିବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସରୋଜଙ୍କ ପୁଅ ରାଜୁ ଖାନଙ୍କ ସହ ଚଳଚ୍ଚିତ୍ର ନିର୍ମାତା କୁନାଲ କୋହଲି କଥା ହେବା ପରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ସରୋଜ ସୁସ୍ଥ ଥିବା ସେ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ତାହା ନେଗେଟିଭ ଆସିଛି । ୭୧ ବର୍ଷୀୟା ସରୋଜଙ୍କୁ ଶନିବାର ଦିନ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲକୁ ନିଆଯାଇଥିଲା। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ଡିସଚାର୍ଜ ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

ତିନି ବର୍ଷ ବୟସରେ ବ୍ୟାକଗ୍ରାଉଣ୍ଡ୍ ନୃତ୍ୟଶିଳ୍ପୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ସରୋଜ ୯୦ ଦଶକରେ ଶ୍ରୀଦେବୀଙ୍କ ପାଇଁ ମେନ୍ ନାଗିନ୍ ତୁ ସପେରା (ନାଗିନା) ଏବଂ ହାୱା ହାୱାଇ (ଶ୍ରୀ ଭାରତ) ଭଳି ଗୀତରେ କୋରିଓଗ୍ରାଫି କରି ସୁନାମ ଅର୍ଜନ କରିଥିଲେ। ସେ ମାଧୁରୀ ଦୀକ୍ଷିତଙ୍କର ଏକ୍ ଦୋ ତିନ (ତେଜାବ୍) ଏବଂ ଧକ୍ ଧକ୍ (ବେଟା) ସମେତ ଆହୁରି ଅନେକ ଲୋକପ୍ରିୟ ନୃତ୍ୟର କରିଓଗ୍ରଫି କରିଥିଲେ ।

Leave A Reply

Your email address will not be published.