Latest Odisha News

BREAKING NEWS

କୁନୋ ନ୍ୟାଶନାଲ ପାର୍କରେ ଥିବା ଶସା ଚୀତାର ମୃତ୍ୟୁ

ଭୋପାଳ: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଶସା ନାମକ ମହିଳା ଚିତା ବାଘର ମୃତ୍ୟୁ ଘଟିଛି । କିଡନୀ ସଂକ୍ରମଣ ଯୋଗୁ ଏହାର ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ସେପ୍ଟମ୍ବର ୧୭ରେ ନାମ୍ବିୟାରୁ ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ବାଘ ଭାରତ ଅଣା ଯାଇଥିଲା । ଏହା ପରେ ଫେବୃୟାରୀରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ ଟି ଚିତା ଅଣାଯାଇଛି । ୨ ମାସ ତଳୁ ଶସାର କିଡନୀ ସଂକ୍ରମିତ ହୋଇଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ଶସାର ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଥିଲା ।

ସୋମବାର ମୃତ ଦେହ ଉଦ୍ଧାର କରାଯିବା ପରେ ଏହାର ଆବଶ୍ୟକ ପରୀକ୍ଷା କରାଯାଉଛି । ଭେଟନାରୀ ଟିମ ଏବଂ ଫରେଷ୍ଟ ଅଫିସରମାନେ ସେଠାରେ ପଂହଚିଛନ୍ତି । ସେମାନଙ୍କ ରିପୋର୍ଟ ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ । ଏହାର ମୃତ୍ୟୁ ପରେ ଚିତାଙ୍କ ସଂଖ୍ୟା ଏଠାରେ ୧୯କୁ ଖସି ଆସିଛି ।

Leave A Reply

Your email address will not be published.