Latest Odisha News

BREAKING NEWS

ବିସିସିଆଇ ଆବେଦନ ପରେ ଆଇସିସି ବଦଳାଇଲା ଇନ୍ଦୋର ପିଚ ରେଟିଂ

ଇନ୍ଦୋର: ଇନ୍ଦୋର ପିଚ ନେଇ ବିସିସିଆଇର ସମ୍ମାନ ରକ୍ଷା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପିଚକୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଖରାପ ପିଚ ଶ୍ରେଣୀରେ ସାମିଲ କରିବା ସହ ଡିମେରିଟ୍ସ ପଂଏଟ ଦେଇଥିଲା । ଏହା ପରେ ମାର୍ଚ୍ଚ ୧୪ରେ ବିସିସିଆଇ ଏ ନେଇ ଆବେଦନ କରିଥିଲା । ସୋମବାର ଆଇସିସି ପିଚ ରେଟିଂରେ ପରିବର୍ତନ କରିଛି । ବର୍ତମାନ ୩ ଡିମେରିଟି ପଂଏଟ ବଦଳରେ ଏହି ପିଚକୁ ୧ ପଂଏଟ ପ୍ରଦାନ କରାଯାଇଛି । ଏହି ଟେଷ୍ଟରେ ଭାରତ ପରାଜିତ ହୋଇଥିଲା । ଅନ୍ତିମ ଟେଷ୍ଟ ଡ୍ର ରହିବା ଯୋଗୁ ଭାରତ ଏହି ସିରିଜକୁ ୨-୧ରେ ଜିତି ନେଇଥିଲା । ପ୍ରଥମ ଦିନ ୧୪ଟି ୱିକେଟର ପତନ ଘଟିଥିଲା । ଏଥିରୁ ୧୩ଟି ୱିକେଟ ସ୍ପିନରମାନେ ନେଇଥିଲେ ।

ପିଚ ଯୋଗୁ ବ୍ୟାଟ ଏବଂ ବଲ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହୁ ନ ଥିଲା ବୋଲି ମ୍ୟାଚ ରେଫରୀ କ୍ରିସ ବ୍ରଡ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ସୂଚନାଯୋଗ୍ୟ, ଆଇସିସି ପିଚକୁ ପାଂଚଟି ଶ୍ରେଣୀରେ ଭାଗ କରିଛି । ସେଗୁଡିକ ହେଲା ଭେରୀ ଗୁଡ, ଗୁଡ, ଆଭରେଜ, ବିଲୋ ଆଭରେଜ, ପୁଓର ଓ ଅନଫିଟ ।

Leave A Reply

Your email address will not be published.