Latest Odisha News

BREAKING NEWS

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ନବ ନିର୍ବାଚିତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟିଛନ୍ତି ରାଜ୍ୟସଭା ବିଜେଡି ସଂସଦୀୟ ଦଳର ନେତା ସସ୍ମିତ ପାତ୍ର । ଆଜି ନୂଆଦିଲ୍ଲୀ ସ୍ଥିତ  ଉପରାଷ୍ଟ୍ରପତି ଭବନରେ ଏହି ଭେଟଘାଟ ହୋଇଥିଲା । ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ଏବଂ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂସଦରେ ଏହା କିପରି ଏକ ଶୃଙ୍ଖଳିତ ଦଳ ହୋଇଆସୁଛି ସେ ବିଷୟରେ ଡ ପାତ୍ର  ଉପରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ।

ଉପରାଷ୍ଟ୍ରପତି ମଧ୍ୟ ମୁଖ୍ୟନନ୍ତ୍ରୀଙ୍କ ପ୍ରତିଥିବା ତାଙ୍କର ସମ୍ମାନ ଏବଂ ପ୍ରଶଂସା ବିଷୟରେ କହିଥିଲେ।  ନବୀନ ପଟ୍ଟନାୟକ ଏବଂ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ଆଚରଣକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଉପରାଷ୍ଟ୍ରପତି ।

ବିଜେଡି ଦଳର ସାଂସଦମାନେ ରାଜ୍ୟସଭାର କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାପାଇଁ ସମର୍ଥନ କରିବେ ଏବଂ ଓଡିଶାର ସ୍ୱାର୍ଥ ତଥା ରାଷ୍ଟ୍ର ଗଠନ ପାଇଁ ବିତର୍କ ଓ ଆଲୋଚନାରେ ସାମିଲ ହେବାକୁ ସାଂସଦ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉପରାଷ୍ଟ୍ରପତିଙ୍କୁ ଆଶ୍ୱାସନା ଦେଇଛନ୍ତି  ।

ଏହି ଅବସରରେ ଡ ପାତ୍ର ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀ “ଦି ଟଲ୍ ମ୍ୟାନ୍” ପୁସ୍ତକ ଟି କୁ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

Leave A Reply

Your email address will not be published.