Latest Odisha News

BREAKING NEWS

ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଡିଏସପି ଇନ୍-ଚାର୍ଜ

ଭୁବନେଶ୍ୱର: କୋଇଲା ପରିବହନକାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡିଏସପି ଇନ୍-ଚାର୍ଜ । ଢେଙ୍କାନାଳ ସଦର ଥାନା ଡିଏସପି ଇନ୍-ଚାର୍ଜ ଅଭିନବ ଡାଳୁଆଙ୍କୁ ଭିଜିଲ୍ସା ଲାଞ୍ଚ ଟଙ୍କା ସହ ଧରିଛି । ଶ୍ରୀ ଡାଳୁଆଙ୍କ ଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ଭିଜିଲାନ୍ସ ୮ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ନେଇ ରେଡ୍ କରିଛି ।

ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଟଙ୍କ ନଦେଲେ କୋଇଲା ପରିବହନ କରିବାକୁ ଦେବେ ନାହିଁ ବୋଲି ଡିଏସପି ଇନ୍-ଚାର୍ଜ ଅଭିନବ ଡାଳୁଆ ଧମକ ଦେଇଥିଲେ । ଅଗଷ୍ଟ ୨୪ ତାରିଖରେ ଟ୍ରକ୍ ମାଲିକ ୧୫ ହଜାର ଟଙ୍କା ଦେବା ପରେ ଆହୁରି ଟଙ୍କା ଦାବି କରିଥିଲେ ଶ୍ରୀ ଡାଳୁଆ । ଯାହାକୁ ନେଇ ଟ୍ରକ୍ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ପ୍ରକାରେ, ଶ୍ରୀ ଡାଳୁଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ଡିଏସପି ଇନ-ଚାର୍ଜ ଅଭିନବ ଲାଞ୍ଚ ନେଇ ଧରା ପଡ଼ିବା ପରେ ୮ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ । ଖୋର୍ଦ୍ଧା ଜଟଣୀ ରାମଚନ୍ଦ୍ରପୁର ସହ ଢେଙ୍କାନାଳର ୪ଟି ସ୍ଥାନ, ବାଲେଶ୍ୱର ମେଗଦମ୍ବରୁ ସ୍ଥିତ ସମ୍ପର୍କୀୟଙ୍କ ଘର, କେନ୍ଦୁଝର ତୁରୁମୁଙ୍ଗା ଝାରବେଡ଼ା ଶ୍ୱଶୁର ଘର ଓ କଟକ ନରସିଂହପୁର ପୈତୃକ ଘରେ ରେଡ୍ ଚାଲିଛି । ୮ଟି ଟିମ୍ ଚଢ଼ାଉ କରିଥିବା ବେଳେ ଜଣେ ଅତିରିକ୍ତ ଏସପି, ୯ ଜଣ ଡିଏସପି ଓ ୮ ଇନ୍ସପେକ୍ଟର ରେଡରେ ସାମିଲ୍ ଅଛନ୍ତି ।

Leave A Reply

Your email address will not be published.