Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ପତ୍ର: ତୁମେ ବି ରାଜନୀତି ଆଉ କ୍ଷମତା ଲୋଭରେ ଭୁଲିଗଲ ଆଦର୍ଶ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ବ୍ୟକ୍ତିଗତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କେଜ୍ରିୱାଲଙ୍କୁ ଲେଖିଛନ୍ତି ରାଜନୀତି ଓ କ୍ଷମତା ଲୋଭରେ ତୁମେ ତୁମ ଆଦର୍ଶ ଭୁଲି ଯାଇଛ । ସ୍ୱରାଜ ନାମକ ପୁସ୍ତକରେ କେତେ ଭଲ ଜିନିଷ ଲେଖିଥିଲ, ସେ ସବୁ କୁଆଡେ ଗଲା? ଏକ ବଡ ଆନ୍ଦୋଳନ ଜନ୍ମ ଲାଭ କରିଥିବା ଏକ ପାର୍ଟିଠାରୁ ଏ ଭଳି ଆଶା କରାଯାଉ ନ ଥିଲା । ଆପଣଙ୍କ ନୂତନ ମଦ ଅବକାରୀ ନିୟମରେ ସାଧାରଣ ଜନତାଙ୍କ କିପରି ଲାଭ ହେବ ? ଏହା ନିଶା ଏବଂ ମଦ୍ୟପାନକୁ ଉତ୍ସାହିତ କରିବ ଏବଂ ପରୋକ୍ଷରେ ସମାଜରେ କ୍ଷତି ହେବ । ତୁମେ କ୍ଷମତା ନିଶାରେ ପଡି ଯାଇଛ । ମୁଁ ଆଶା କରିଥିଲି ଦିଲ୍ଲୀରେ ମହାରାଷ୍ଟ୍ର ପରି ମଦ ନୀତି ଲାଗୁ କରାଯିବ ମାତ୍ର ତାହା ତୁମେ କଲ ନାହିଁ ।

ସୂଚନାଯୋଗ୍ୟ, ଦିଲ୍ଲୀର ଏହି ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ସିବିଆଇ ଏବଂ ଇଡି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଆପ ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଜି ଆନ୍ନା ହଜାରେଙ୍କ ପତ୍ର ଆପ ପାଇଁ ଆତ୍ମଘାତୀ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.