Latest Odisha News

ତବଲିଗ ଜମାତ ଉପରେ ପ୍ରତିବନ୍ଧ ଲଗାଇଲା ସାଉଦି ଆରବ

ନୂଆଦିଲ୍ଲୀ: ମୁସଲିସ ବହୁଳ ରାଷ୍ଟ୍ରଗୁଡିକ ମଧ୍ୟ ଆତଙ୍କବାଦୀମାନେ ସମାଜ ପାଇଁ କ୍ଷତିକାରକ ବୋଲି ହୃଦୟଙ୍ଗମ କରିସାରିଲେଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସାଉଦି ଆରବ । ଶନିବାର ଏହି ମୁସଲିମ ଦେଶ ତବଲିଗ ଜମାତ ଉପରେ ପ୍ରତିବନ୍ଧ ଲଗାଇଛି । ଏହି ସଂଗଠନ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ସାଜିଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ସାଉଦି ଆରବ ସରକାରଙ୍କ ପକ୍ଷରୁ ମସଜିଦର ପ୍ରଚାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁନ୍ନୀ ଇସଲାମ ସଂଗଠନର ପ୍ରାୟ ୩୫ରୁ ୪୦ କୋଟି ସଦ୍ୟ ଥିବା ଅନୁମାନ କରାଯାଉଛି ।

BjdElectrycity

ଏମାନଙ୍କ ମାଧ୍ୟମରେ ସୁସ୍ଥ ସମାଜ ମଧ୍ୟରେ ଆତଙ୍କବାଦୀମାନେ ପ୍ରବେଶ କରିବାକୁ ସୁଯୋଗ ଦିଆଯାଉଛି ବୋଲି ସାଉଦି ଆରବ ପକ୍ଷରୁ କୁହାଯାଇଛି । ସଂଗଠନର ସମସ୍ତ ଡାଟା ଯୋଗାଇବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ପ୍ରଥମ ଲହରୀ ସମୟରେ ଦିଲ୍ଲୀରେ ନିଜାମୁଦ୍ଦିନ ତଗଲିଗ ଜମାତ ସଂଗଠନ ସଭାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିଲା ।

Leave A Reply

Your email address will not be published.