Latest Odisha News

BREAKING NEWS

ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଲଞ୍ଚର ‘ପିନାକା’ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଏହି ରକେଟ ଲଞ୍ଚର ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ ।

ପିନାକ ବାହ୍ୟ ଅସ୍ତ୍ରଶସ୍ତ୍ର କ୍ଷେପଣାସ୍ତ୍ରକୁ ପ୍ରବେଶ କରାଇ ନ ଦେବାର ଦକ୍ଷତା ରଖିଥିବା ବେଳେ, ନୂଆ ସ୍ବଦେଶୀ ସଂଯୋଜନ ପ୍ରଣାଳୀର ସଫଳ ପରୀକ୍ଷା ବିଭିନ୍ନ ପରୀକ୍ଷଣ କେନ୍ଦ୍ରରେ ସମ୍ପନ୍ନ ହୋଇଛି । କ୍ଷେପଣାସ୍ତ୍ର ଲଞ୍ଚର ବ୍ୟବସ୍ଥାର ଡିଜାଇନ ମିଳିତ ଭାବେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନର ବିଭିନ୍ନ ପରୀକ୍ଷାଗାର, ପୁଣେର ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଏବଂ ପୁଣେର ଉଚ୍ଚ ଉର୍ଜ୍ଜା ସାମଗ୍ରୀ ଗବେଷଣା ପରୀକ୍ଷାଗାର ଦ୍ବାରା ପ୍ରସ୍ତୁତ ହୋଇଛି ।

ପିନାକର ପରିବର୍ଦ୍ଧିତ ପ୍ରୟୋଗ ରେଞ୍ଜର ପ୍ରଦର୍ଶନ ଓ ଦକ୍ଷତାକୁ ପରଖିବା ପରେ ଡିଆରଡିଓ ଏହି ଟେକ୍ନୋଲୋଜି ସିଷ୍ଟମକୁ ହସ୍ତାନ୍ତର କରିଥିଲା । ସମ୍ପୃକ୍ତ ଅଂଶୀଦାର ଉଦ୍ୟୋଗ ଡିଆରଡିଓର ତତ୍ତ୍ୱାବଧାନରେ ପରିବର୍ଦ୍ଧିତ ପିନାକ ଏମକେ-୧ ରକେଟ୍ ଉତ୍ପାଦନ କରିଛି । ଏହି ରକେଟର ଗୁଣମାନକୁ ଡିଆରଡିଏ ଉତ୍ପାଦନର ପ୍ରତ୍ୟେକ ସ୍ତରରେ ଭଲ ଭାବେ ପରୀକ୍ଷା ନିରୀକ୍ଷା କରିଥିଲା ।

ସମସ୍ତ ପରୀକ୍ଷଣ ସଫଳ ଓ ସନ୍ତୋଷଜନକ ହୋଇଛି । ଦେଶର ବିଭିନ୍ନ ଫାଏରିଙ୍ଗ ରେଞ୍ଜରୁ ଏଭଳି ୨୪ଟି ରକେଟ ପରୀକ୍ଷା କରାଯାଇଛି । ଲକ୍ଷ୍ୟଭେଦ କରିବାରେ ଏସବୁ ରକେଟ ସଫଳ ହୋଇଛି ଏବଂ ଏହା ତ୍ରୁଟିଶୂନ୍ୟ ରହିଛି । ପିନାକ-ଇଆର, ପୂର୍ବ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ପରିବର୍ଦ୍ଧିତ ଓ ଉନ୍ନତ ସଂସ୍କରଣ । ଗତ ଦଶକରେ ପିନାକ ଭାରତୀୟ ସେନା ଦ୍ୱାରା ବ୍ୟବହୃତ ହେଉଥିଲା । ନୂଆ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ପିନାକର ଦକ୍ଷତା ଓ ଲକ୍ଷ୍ୟଭେଦ କ୍ଷମତାକୁ ବଢାଇବାରେ ସକ୍ଷମ ହୋଇଛି ଭାରତ ।

ପିନାକ ରକେଟର ପ୍ରକ୍ସିମିଟି ଫ୍ୟୁଜ ବ୍ୟବସ୍ଥା ସ୍ୱଦେଶୀ କାରିଗରୀ ଜ୍ଞାନ କୌଶଳରେ ବିକଶିତ ହୋଇଛି । ପୁଣେର ଏଆରଡିଇ ପିନାକ ପାଇଁ ବିଭିନ୍ନ ଫ୍ୟୁଜ ବିକଶିତ କରିଛି । ବିଭିନ୍ନ ପ୍ରକାରର ବ୍ୟବହାର ପାଇଁ ଏହି ଫ୍ୟୁଜକୁ ବ୍ୟବହାର କରାଯିବ । କ୍ରମାଗତ ଭାବେ ବିଭିନ୍ନ ପରୀକ୍ଷା କରାଯାଇ ଏହି ଫୁଜର ଦକ୍ଷତା ଓ କାରିଗରୀ ଶକ୍ତିକୁ ଆକଳନ କରାଯାଇଛି । ପିନାକର ପରିବର୍ଦ୍ଧିତ ସଂସ୍କରଣକୁ ଉତ୍ପାଦନ ପାଇଁ ସବୁଜ ସଙ୍କେତ ଦେବା ନିମନ୍ତେ ଯେଉଁସବୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କରାଯାଇଥିଲା ତାହା ସଫଳ ଓ ସନ୍ତୋଷଜନକ ରହିଛି ।

Leave A Reply

Your email address will not be published.