Latest Odisha News

କୋଝିକୋଡ୍ ବିମାନ ଟ୍ରାଜେଡି: ମୃତ୍ୟୁ ପୂର୍ବରୁ ଶେଷ ଫଟୋ !

କେରଳ: ଅଭିଶପ୍ତ ୨୦୨୦ । ଜାରି ରହିଛି ତା ବିଧ୍ୱଂସୀ ଯାତ୍ରା । କୋକୁଆ ଭୟରେ ସମଗ୍ର ବିଶ୍ୱ । କରୋନା କାୟାରେ ବିସ୍ଫୋରଣ, ଅଗ୍ନିକାଣ୍ଡ ଓ ବନ୍ୟାର ବୋଝ ତଳେ ଧନ୍ଦି ହେଉଛି ମାନବ ଜାତି । ଜଳ, ସ୍ଥଳ ଓ ବାୟୁ ଏବେ ମଣିଷ ଜାତିର ଶତ୍ରୁ ପାଲଟିଛି ।

କୋଝିକୋଡ ବିମାନ ଦୁର୍ଘଟଣାର ଛବି ଏବେ ବି ଜଳଜଳ ହୋଇ ଦେଖାଯାଉଛି । କିଏ ଜାଣିଥିଲା ନିଶବ୍ଦ ରାତିରେ ବର୍ଷା ଏପରି ନିର୍ଦ୍ଦୟୀ ଷଢଯନ୍ତ୍ର ରଚିବ । ଚାଲିଯାଇଥିଲା ୧୮ଜଣଙ୍କ ଜୀବନ । ୧୪୯ଜଣ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହାର ଭିତରେ ଏକ ଫଟୋ ସୋସିଆଲ୍ ଭିଡିଓରେ ଭାଇରାଲ୍ ହୋଇଛି ।

ଫଟୋରେ ଥିବା ବ୍ୟକ୍ତିଙ୍କ ନାଁ ହେଉଛି ସରାଫୁ ପିଲସରି । ସାଙ୍ଗରେ ଥିଲେ ସ୍ତ୍ରୀ ଅମିନା ସେରିନ୍ ଓ ଝିଅ ଇଶା ଫାତିମା । କୋଝିକୋଡ୍ କୁନ୍ନାମଙ୍ଗଳମର ବାସିନ୍ଦା ସରାଫୁ ଦୁବାଇରେ ଚାକିରୀ କରିଥିଲେ । ଦୁର୍ଘଟଣାର ମାତ୍ର ୫ ଘଣ୍ଟା ପୂର୍ବରୁ ସରାଫୁ ଏହି ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ବ୍ୟାକ୍ ଟୁ ହୋମ୍ ।

ରିପୋର୍ଟ ଅନୁଯାୟୀ ବିମାନ ଦୁର୍ଘଟଣାରେ ଅମିନାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଝିଅ ଫାତିମା ମୃତ୍ୟୁ ସହ ସଂଗ୍ରାମ କରୁଛି । ହେଲେ ଫଟୋ ଉଠାଇଥିବା ସରାଫୁ ଆଉ ଏ ଦୁନିଆରେ ନାହାନ୍ତି । ସରାଫୁଙ୍କ ଫଟୋକୁ ଦେଖି ଝୁରିହେଉଛନ୍ତି ତାଙ୍କ ପରିବାର ଓ ବନ୍ଧୁଗଣ । ଜାଣି ଆଶ୍ଚର୍ଯ୍ୟ ହେବେ ଦୁବାଇ ଛାଡିବା ପୂର୍ବରୁ ସେ ନିଜ ବନ୍ଧୁଙ୍କ ନିକଟରେ ଘରକୁ ଫେରିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.