Latest Odisha News

BREAKING NEWS

ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ

ରାଜକୋଟ: ରଣଜୀ ଟ୍ରଫି କ୍ରିକେଟ ଫାଇନାଲରେ ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ ହୋଇଛି । ବେଙ୍ଗଲ ନିକଟରେ ଅଗ୍ରଣୀ ହାସଲ କରିବା ସୁଯୋଗ ଥିଲେ ମଧ୍ୟ ଦଳ ତାହା ହାତଛଡା କରିଥିଲା । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ବେଙ୍ଗଲ ୩୮୧ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ୪ ଉଇକେଟ ବିନିମୟରେ ୧୦୫ ରନ କରିଥିଲା । ଅଭି ବାରୋଟ ୩୯ ଓ ହାର୍ଭିକ ଦେଶାଇ ୨୧ ରନ କରିଥିଲେ । ବେଙ୍ଗଲ ପକ୍ଷରୁ ଶାହାବାଜ ଅହମ୍ମଦ ୨ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଆକାଶଦୀପ ଓ ଏସଡି ଚାଟାର୍ଜି ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

Leave A Reply

Your email address will not be published.