Latest Odisha News

BREAKING NEWS

ଭୁବନେଶ୍ୱରରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବାହାରିଲେ ପଜିଟିଭ । ଆଜି ରାଜ୍ୟର ୧୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୧୯ ଜଣ ଅଛନ୍ତି । ୧୯ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ଜଣ ରହିଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ୩ ଯୁବକ, ଜଣେ ମହିଳା ଅଛନ୍ତି । ଜଣେ ଚନ୍ଦ୍ରଶେଖରପୁରର ୨୮ ବର୍ଷୀୟ ଯୁବକ ଅଛନ୍ତି । ସେ କିଛି ଦିନ ତଳେ ହାଇଦ୍ରାବାଦରୁ ଫେରିଥିଲେ । ସେହିପରି ଆଉ ଜଣେ ଡୁମୁଡୁମାର ୨୯ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ଦୁଇ ଜଣ ଆକ୍ରାନ୍ତ ପଟିଆରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ଯୁବକ ଓ ଅନ୍ୟ ଜଣେ ୨୬ ବର୍ଷୀୟ ଯୁବତୀ ଅଛନ୍ତି । ଉଭୟ ଗୋଟିଏ ପରିବାରର ଏବଂ ତିନି ଦିନ ତଳେ ଦୁହେଁ ଦିଲ୍ଲୀରୁ ଫେରିଥିଲେ ।

ବଡକଥା ହେଉଛି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଗୃହ ସଂଗରୋଧରେ ଥିଲେ । ଆଜିର ୪ ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୭ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି ।

Leave A Reply

Your email address will not be published.