Latest Odisha News

BREAKING NEWS

ଇଡି ଓ ସିବିଆଇର ଦୁରୁପଯୋଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୪ ବିରୋଧୀ ଦଳ, ଏପ୍ରିଲ ୫ରେ ଶୁଣାଣି

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିରୋଧରେ ଇଡି ଓ ସିବିଆଇର ଦୁରୁପଯୋଗକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୧୪ ବିରୋଧୀ ଦଳ। ସପ୍ରିମକୋର୍ଟ ମଧ୍ୟ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏପ୍ରିଲ ୫ ତାରିଖରେ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ ଓକଲି ଅଭିଷେକ ମନୁ ସିଂଘବୀ ମାମଲାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ରଖିଛନ୍ତି। ଏନେଇ  ସେ କହିଛନ୍ତି “ ଆମେ ପୂର୍ବରୁ କୌଣସି ଲମ୍ବିତ ମାମମଲାରେ ଦଖଳ କରିବାକୁ ଆବେଦନ କରୁ ନାହିୁଁ। କିନ୍ତୁ ଗିରଫଦାରୀ ଓ ଜାମିନ ଆବେଦନ ଉପରେ କୋର୍ଟ ହିଁ ମାର୍ଗଦର୍ଶିକା ସ୍ଥିର କରନ୍ତୁ।” ବିରୋଧୀ ଦଳକମାନଙ୍କୁ ଲଗାତର ଟାର୍ଗେଟ୍ କରାଯାଉଛି ବୋଲି ସିଂଘବୀ କହିଛନ୍ତି। କେନ୍ଦ୍ରୀୟ ଏଜେନ୍ସିର ତଦନ୍ତରୁ ପ୍ରାୟ ୯୫ ପ୍ରତିଶତ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ରହିଛି ବୋଲି ସଂଘବୀ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାର ବିରୋଧୀ ଦଳଗୁଡିକର ନେତାଙ୍କ ବିରୋଧରେ ଇଡି ଓ ସିବିଆଇର ଦୁରୁପଯୋଗ କରୁଛନ୍ତି। ୯୫ ପ୍ରତିଶତ ମାମଲାରେ ବିରୋଧୀ ନେତାମାନେ ସିବିଆଇ ଇଡି ସ୍କାନ୍‌ରେ ଆସୁଛନ୍ତି ବୋଲି ଦଳଗୁଡିକ ଅଭିଯୋଗ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟ ଯାଇଥିବା ଦଳଗୁଡିକ ମଧ୍ୟରୁ, ଅଖିଳ ଭାରତୀୟ କଂଗ୍ରେସ, ତୃଣମୂଳ କଂଗ୍ରେସ,ଡିଏମ୍‌କେ, ଆମ ଆଦ୍‌ମୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍‌ରେ(ୟୁବିଟି), ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଝାରଖଡ ମୁକ୍ତି ମୋର୍ଚ୍ଚା, ଭାରତୀୟ ରାଷ୍ଟ୍ରୀୟ ସମିତି, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି ରହିଛନ୍ତି। ଗିରଫ କରି ପୂର୍ବରୁ ଓ ପରେ ଏ ନେଇ କୋର୍ଟ ଗାଇଡ୍‌ଲାଇନ୍‌ ଜାରି କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

 

Leave A Reply

Your email address will not be published.