ଲକ୍ଷ୍ନୌ: ଲଖିମପୁର ଖେରୀ ମାମଲାରେ ଅଡୁଆରେ ପଡିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ । ମାନ୍ୟବର ସୁପ୍ରିମକୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃୟାରୀ ୧୦ରେ ଆଶୀଷଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତି ଉପରେ ସୁପ୍ରିମକୋର୍ଟ ଆପତି ଉଠାଇଥିଲେ ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩ରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଖେରୀ ଜିଲ୍ଲା ଗସ୍ତକୁ କୃଷକମାନେ ବିରୋଧ କରିଥିଲେ । ଆନ୍ଦୋଳନକାରୀ କୃଷକଙ୍କ ଉପରେ ମୁଖ୍ୟ ଅଭିଯୁକ୍ତ ଆଶୀଷ ଗାଡି ମଡେଇଦେବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଆଶୀଷଙ୍କୁ ଗିରଫ କରି ଜେଲ ପଠାଇଥିଲା ।
Comments are closed.