Latest Odisha News

BREAKING NEWS

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିବା ବଂଶୀଧରଙ୍କ ମୃତଦେହ ଚନ୍ଦ୍ରଭାଗା ନିକଟରୁ ମିଳିଲା

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯିବା ଘଟଣା । ବାଲେଶ୍ୱର ସଚିନ ଗାଁର ବଂଶୀଧର ବେହେରାଙ୍କ ମିଳିଲା ମୃତଦେହ । ଗତକାଲି ରାତିରେ ପୋଲିସ ଚନ୍ଦ୍ରଭାଗା ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ତାଙ୍କ ଶବକୁ ଜବତ କରିଛି । ଏ ନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଶନିବାର ସକାଳେ ବାଲେଶ୍ୱର ସିଙ୍ଗଳା ଥାନା ଅଞ୍ଚଳର ବଂଶୀଧର ବେହେରା ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ସେ ସମୁଦ୍ରକୂଳରେ ନିଜ ପୁଅ ସହ ଗାଧୋଇବା ସମୟରେ ପାଣିରେ ଭାସି ଯାଇଥିଲେ । ପୁରୀ ସମୁଦ୍ରକୂଳ ସେକ୍ଟର ୯ ଅଞ୍ଚଳରେ ଏପରି ଅଘଟଣ ଘଟିଥିଲା । ଅଗ୍ନିସମ ବାହିନୀ ଓ ଲାଇଫ ଗାର୍ଡ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ । ହେଲେ ବଂଶୀଧରଙ୍କ ପତ୍ତା ମିଳିନଥିବା ।ଆଜି ଚନ୍ଦ୍ରଭାଗା ନିକଟରୁ ବଂଶୀଧରଙ୍କ ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.