Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୂରଲିଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।

୧୯୬୧ ମସିହା ଫେବ୍ରୁଆରୀ ୧୩ରେ ରୋହତକରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ଯଶୱନ୍ତ ସିଂହ । ୧୯୮୦ରେ ସ୍ନାତକ ପଢ଼ା ସାରି ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ୍ କରିଥିଲେ । ୧୯୮୬ରେ ସିର୍ସା ଜିଲ୍ଲା ଅଦାଲତରେ ଓକିଲାତି ଆରମ୍ଭ କରିଥିଲେ । ୧୯୮୮ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଓକିଲାତି କରିଥିଲେ ଜଷ୍ଟିସ ସିଂହ ।

୧୯୯୧ରେ ସେ ସହକାରୀ ଆଡଭୋକେଟ୍ ଜେନେରାଲ୍ ହୋଇଥିଲେ । ୨୦୦୭ ଡିସେମ୍ବର ୫ ତାରିଖରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୨୧ ଅକ୍ଚୋବର ୮ ତାରିଖରେ ଜଷ୍ଟିସ୍ ସିଂହ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.