ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୋଲିସ କରିପାରିବନି ହଇରାଣ । ବ୍ୟକ୍ତିର ସ୍ୱାଧୀନତା ଉପରେ ଚାଲି ପାରିବନି ପୋଲିସର ଦମନଲୀଳା । ଅଦାଲତ ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ ମାନଙ୍କୁ କହିଛନ୍ତି।
କୋଲକାତା ପୁଲିସକୁ ତାଗିଦ କରିବାକୁ ଯାଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଦିଲ୍ଲୀର ଜଣେ ମହିଳା ଆପତ୍ତିଜନକ ଫେସବୁକ୍ ପୋଷ୍ଟ କରିଥିଲେ ଯେଉଁଥିରେ କୋଲକାତା ପୁଲିସ ତାଙ୍କୁ ସମନ କରିଥିଲା। ଏହାକୁ ନେଇ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ସୋସିଆଲ୍ ମିଡିଆ ପୋଷ୍ଟ ବାହାନାରେ ସାଧରଣ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦିଆଯାଇପାରିବ ନାହିଁ ବଳି ।, ସାଧାରଣ ନାଗରିକଙ୍କୁ ସରକାରଙ୍କ ଆଲୋଚନା ଲାଗି ପ୍ରତାଡିତ କରାଯାଇପାରିବ ନାହିଁ ବୋଲି କୋଲକାତା ପୋଲିସକୁ କହିଛନ୍ତି କୋର୍ଟ।
ସୂଚନାଯୋଗ୍ୟ, ଦିଲ୍ଲୀର ଜଣେ ୨୯ ବର୍ଷ ବୟସ୍କା ମହିଳା ତାଙ୍କୁ ସମନ ହେବା ନେଇ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ତାଙ୍କ ଓକିଲ ମହେଶ ଜେଠମାଲାନି କୋର୍ଟରେ ପକ୍ଷ ରଖିଥିଲେ। ରାଜା ବଜାର ଅଞ୍ଚଳରେ ବିରାଟ ସମାବେଶର ଫେସବୁକ ଫଟୋକୁ ନେଇ ମହିଳାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ହାଜର ହେବାକୁ କହିଥିଲା। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଘୃଣା କରୁଥିବା ଅଭିଯୋଗ କରି ପୁଲିସ ଏ ସମ୍ପର୍କରେ ମହିଳାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା। ବେଞ୍ଚ ପରାମର୍ଶ ଦେଇଛି ଯେ ପୁଲିସ ତାଙ୍କୁ ଇମେଲ ମାଧ୍ୟମରେ ପ୍ରଶ୍ନ ପଠାଇପାରେ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା କରିପାରିଥାନ୍ତା।
ସୁପ୍ରିମକୋର୍ଟ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଓ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିବ। କାହାରି ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ କାରଣ ଲକଡାଉନ୍ ନିୟମ ଠିକ୍ ଭାବରେ ପରିଚାଳିତ ହେଉନାହିଁ। ଏହା ସହିତ ସୁପ୍ରିମକୋର୍ଟ ପୋଲିସକୁ କହିଛନ୍ତି ସୀମା ଉଲଂଘନ କରନ୍ତୁନାହିଁ । ଯଦି ରାଜ୍ୟର ପୋଲିସ ଏଭଳି ଭାବେ ସାଧାରଣ ଲୋକଙ୍କୁ ସମନ୍ ପଠାଇବାରେ ଲାଗି ପଡିବ, ଏକ ବିପଦପୂର୍ଣ୍ଣ ଧାରା ଆରମ୍ଭ ହୋଇଯିବ । ଭାରତକୁ ଏକ ସ୍ୱାଧୀନ ଦେଶ ଭାବରେ ରହିବାକୁ ଦିଅନ୍ତୁ । ଭାରତରେ ପ୍ରତ୍ୟକ ନାଗରିକର କହିବାର ଅଧିକାର ରହିଛି । ଏହି କାରଣରୁ ସଂବିଧାନ କରିଛନ୍ତି ସୁପ୍ରିମକୋର୍ଟ । ଆମେ ସୁପ୍ରିମକୋର୍ଟ ଭାବେ ଲୋକଙ୍କ କଥା ରକ୍ଷା କରିବା ପାଇଁ ରହିଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
Comments are closed.