Latest Odisha News

BREAKING NEWS

ଆସିଲା ରାଜକୁମାର ଓ ପ୍ରିୟଙ୍କାଙ୍କ ‘ଦ ହ୍ୱାଇଟ ଟାଇଗର’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆସିଲା ‘ଦ ହ୍ୱାଇଟ ଟାଇଗର’ର ଟ୍ରେଲର । ଟ୍ରେଲରରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ଟ୍ରେଲରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୀର୍ଘ ଦିନର ବିରତି ପରେ ଏହି ଫିଲ୍ମ ଜରିଆରେ ପୁଣି ସିଲଭର ସ୍କ୍ରିନ୍‌ରେ ଦେଖିବାକୁ ମିଳିବ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ । ତାଙ୍କ ସହ ପ୍ରଥମ କରି ନଜର ଆସିଛନ୍ତି ଅଭିନେତା ରାଜକୁମାର ରାଓ । ଏଥିସହ ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଆଦର୍ଶ ଗୌରବ ମଧ୍ୟ ଅଛନ୍ତି ।

ଫିଲ୍ମଟି ୨୦୦୮ରେ ଆସିଥିବା ଅରବିନ୍ଦ ଅଡିଗାଙ୍କ ନୋବେଲ ‘ଦ ହ୍ୱାଇଟ ଟାଇଗର’ ଉପରେ ଆଧାରିତ । ଏଥିରେ ପ୍ରିୟଙ୍କା ଓ ରାଜକୁମାରଙ୍କୁ ଏନ୍‌ଆର୍‌ଆଇ ଦମ୍ପତି ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ଆଦର୍ଶ ଗୌରବଙ୍କୁ ଏହି ଏନ୍‌ଆର୍‌ଆଇ ଦମ୍ପତିଙ୍କ ଚାକର ତଥା ଜଣେ ଡ୍ରାଇଭର ଭୂମିକାରେ ଦେଖିବାକୁ ମିଳିବ । ଯିଏକି ଏନ୍‌ଆର୍‌ଇ ମାଲିକଙ୍କ ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦେଇଛି । ପରେ ସେ କିଭଳି ନିଜ ଜୀବନରେ ପରିବର୍ତ୍ତନ ଆଣିଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି ।

ଏହି ଟ୍ରେଲରକୁ ପ୍ରିୟଙ୍କା ଚୋପ୍ରା ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମଟି ଡିସେମ୍ବର ମାସରେ କେତୋଟି ସିନେମା ହଲ୍‌ରେ ରିଲିଜ ହେବ । ପରେ ନେଟ୍‌ଫ୍ଲିକ୍ସରେ ୨୦୨୧ ଜାନୁଆରୀ ୨୨ରେ ରିଲିଜ ହେବ ବୋଲି ପ୍ରିୟଙ୍କା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.