Latest Odisha News

BREAKING NEWS

ବଢିଲା ସଂକ୍ରମଣ, ବିଏମସି ଜାରି କଲା ଗାଇଡଲାଇନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ, କଟକ, ପୁରୀ ଏବଂ ରାଉରକେଲାରେ ଅଧିକ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ନୂଆ ନିୟମାବଳୀ ବା ବିଜ୍ଞପ୍ତି ଜାରି ହୋଇଛି। ନୂଆ

ସମସ୍ତ ରାସ୍ତା କଡରେ ଥିବା ଜଳଖିଆସ ଚା’, ଗୁପଚୁପ ଷ୍ଟଲ୍, ଦହିବରା ଷ୍ଟଲ୍, ଲସି ଷ୍ଟଲ୍ ଏବଂ ଲସି ଦୋକାନରେ ଗ୍ରାହକଙ୍କ ଭିଡ଼ ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ବିଏମସି କହିଛି। ଯଦି ଗହଳି ନିୟନ୍ତ୍ରଣ କରିନପାରିବେ ତାହେଲେ ଦୋକାନୀ ମାଲିକ ନିଜ ଉପାୟରେ ଭିଡ ନିୟନ୍ତ୍ରଣ କରିପାରିବେ ବୋଲି ବିଏମସି କହିଛି।

ସେହିପରି ସପିଂ ମଲ୍ ସମେତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଭିଡ ନକରିବାକୁ କହିଛି ବିଏମସି । ଧାଡିରେ ଜିନିଷ କିଣିବା ବେଳେ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏଥିସହ ସମସ୍ତ ସପିଂ ମଲରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ଅନିର୍ବାଯ୍ୟ ବୋଲି ନିର୍ଦ୍ଦେଶ ଦେଇଛି ବିଏମସି ।

‘ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ, ଚାରି ପ୍ରମୁଖ ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ’

ସେହିପରି ସପିଂ ମଲରେ ପ୍ରବେଶ ବେଳେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା ସହ ହାତକୁ ସାନିଟାଇଜେସନ କରିବା ନେଇ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ବିଏମସି କହିଛି।

ଏହାବାଦ ସମସ୍ତ ଅଡିଟୋରିୟମ, ସିନେମା ହଲରେ ଦର୍ଶକ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବାକୁ ପ୍ରଶାସନ କହିଛି। ଯଦି ନିୟମ ଉଲ୍ଲଂଘନ ହେବ ତାହେଲେ ଓଡ଼ିଶା କୋଭିଡ୍ ରେଗୁଲେସନ୍ ୨୦୨୦ ଏବଂ ମହାମାରୀ ରୋଗ ଆଇନ ୧୮୯୭ର ରୋଭିସନ୍ ଉଲ୍ଲଂଘନ ବୋଲି ଧରାଯିବ ଏବଂ ସେହି ଅନୁୟାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୫୦୦ ଉପରେ ରହିଛି। ଗତ ୧୩ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ସୋମବାର ଦିନ ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କିନ୍ତୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ହଠାତ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି।

Leave A Reply

Your email address will not be published.