Latest Odisha News

BREAKING NEWS

ଆସନ୍ତାକାଲି ଛତିଶଗଡ ଓ ମଧ୍ୟପ୍ରଦେଶରେ ଭୋଟ୍ : ବୁଥ୍ ଅଭିମୂଖେ ପୋଲିଂ ପାର୍ଟି , ଇଭିଏମ ବି ପ୍ରସ୍ତୁତ

ନୂଆଦିଲ୍ଲୀ : ଆସନ୍ତାକାଲି ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ଭୋଟ୍  । ମୋଟ୍ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୯୫୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର  । ଏଥିଲାଗି ଏହାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି  । ଛତିଶଗଡରେ ଦୁଇ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଏଥିପାଇଁ ୧୮ ହଜାର ୮୩୩ଟି ବୁଥ୍ ହୋଇଛି  । ଚଳିତବର୍ଷ ନିର୍ବାଚନରେ ସୀମାରେ ଥିବା ଓଡିଆଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । ନିର୍ବାଚନ ପୂର୍ବରୁ ବିଭିନ୍ନ ବୁଥରେ ପହଁଞ୍ଚୁଛନ୍ତି ପୋଲିଂ ପାର୍ଟି  ।

ଭୋଟିଂ ପାଇଁ ଇଭିଏମ୍ ମେସିନ୍ ବି ପୁରା ପ୍ରସ୍ତୁତ ହୋଇ ରହିଛି । ସେପଟେ କାଲି ମଧ୍ୟପ୍ରଦେଶରେ ବି ୨୩୦ ଆସନ ପାଇଁ ଭୋଟଗ୍ରହଣ ହେବ । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ  । ସକାଳ ୮ଟା ରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଚାଲିବ  । ନକ୍ସଲ ପ୍ରଭାବିତ ପୋଲିଂ ବୁଥ୍ ଗୁଡିକରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ  । ତେବେ ନିର୍ବାଚନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.