Latest Odisha News

ପାଠପଢ଼ା ସମୟରେ ଝାଡ଼ୁ କରୁଛନ୍ତି ସ୍କୁଲ୍ ପିଲା

ଚଣ୍ଡିଖୋଲ: ୟୁନିଫର୍ମ ପିନ୍ଧି ଝାଡ଼ୁ ମାରୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସର ସହ ରାସ୍ତା କଡ଼ ସଫା କରୁଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଝରକୂଳ ସରକାରୀ ଉର୍ଦ୍ଦୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ।

ପିଲାମାନେ ଝାଡ଼ୁ କରିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପିଲାମାନଙ୍କୁ ସଫେଇ କାର୍ଯ୍ୟରେ ଲଗାଇ ପାଠପଢ଼ାରୁ ନିବୃତ୍ତ କରାଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେବେ ପିଲାଙ୍କୁ ଝାଡ଼ୁ କରିବା ଲାଗି କୁହାଯାଇ ନଥିବା ପ୍ରଧାନଶିକ୍ଷକ କହିଛନ୍ତି । ଏନେଇ ବ୍ଲକ ଶିକ୍ଷାଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଲୋକ ଏଭଳି କାର୍ଯ୍ୟକୁ ନା ପସନ୍ଦ କରିଛନ୍ତି ।

Leave A Reply

Your email address will not be published.