Latest Odisha News

BREAKING NEWS

ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ:ଅଫିସିଆଲ ସିଲେକସନ ପାଇଁ ଶର୍ଟଲିଷ୍ଟ ହେଲା ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ପୁଣି ଚର୍ଚ୍ଚାରେ । ବ୍ୟବସାୟିକ ସଫଳତା ପରେ ଏବେ ଏହି ଫିଲ୍ମ ସମ୍ମାନଜନକ ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର ଅଫିସିଆଲ ସିଲେକ୍ସନ ଶର୍ଟଲିଷ୍ଟରେ ସ୍ଥାନ ପାଇଛିି । ୧୯୯୦ ଦଶକରେ କଶ୍ମୀରରେ କିପରି କଶ୍ମୀର ପଣ୍ଡିତଙ୍କ ପ୍ରତି ଆତଙ୍କବାଦୀମାନେ ଅକଥନୀୟ ଅତ୍ୟାଚାର କରିଥିଲେ ତାହା ଉପରେ ଏହି ଫିଲ୍ମ ପର୍ଯ୍ୟବେଶିତ । ସ୍ୱଳ୍ପ ବଜେଟର ଏହି ଫିଲ୍ମ ୩୫୦ କୋଟି ପାଖାପାଖି ଆୟ କରିଥିଲା । ନିକଟରେ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆରେ ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇସ୍ରାଏଲର ଜୁରୀ ନାଡାଭ ଲାପିଡ ଏହାକୁ ଏକ ପ୍ରପୋଗଣ୍ଡା ଫିଲ୍ମ ଆଖ୍ୟା ଦେଇଥିଲେ । ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବେ ବିବେକ ଏବଂ ତାଙ୍କ ପତ୍ନୀ ତଥା ଦି କଶ୍ମୀର ଫାଇଲ୍ସର ପ୍ରଡ୍ୟୁସର ପଲ୍ଲବୀ ଯୋଶୀ ଦି ଭ୍ୟାକ୍ସିନ ୱାର ଫିଲ୍ମ ଉପରେ କାମ ଆରମ୍ଭ କରି ଦେଇଛନ୍ତି । କରୋନା ମହାମାରୀ ସମୟରେ କିପରି ଭ୍ୟାକ୍ସିନକୁ ନେଇ ରାଜନୀତି ହେଉଥିବା ଏବଂ ଏହାଦ୍ୱାରା ବୈଜ୍ଞାନିକମାନେ ହଇରାଣ ହେଉଥିଲେ ତାହା ଉପରେ ଆଧାରିତ ।

Leave A Reply

Your email address will not be published.