Latest Odisha News

BREAKING NEWS

ଦିଲ୍ଲୀରେ ୭ ଦିନ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା । ଆସନ୍ତା ସୋମବାରରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରାଯାଇଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ। ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ ଅଫିସରମାନଙ୍କୁ ମଧ୍ୟ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସପ୍ତାହେ ପାଇଁ ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି ।

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ହ୍ରାସ ଲାଗି ସୋମବାର ସୁଦ୍ଧା ଜରୁରୀକାଳୀନ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କୁ କୋର୍ଟ କହିଛନ୍ତି । ସପ୍ତାହେ ହେଲା ସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି  ।

Comments are closed.