Latest Odisha News

BREAKING NEWS

ଆପ ପରେ ସୋନୁ ସୁଦ କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା ହାତେଇବା ପାଇଁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସୋନୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ଚନ୍ନୀଙ୍କୁ ଭେଟିଥିଲେ । ଏହା ପରେ ସେ କଂଗ୍ରେସରେ ମିଶିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପଞ୍ଜାବ କଂଗ୍ରେସ ମୁଖ୍ୟ ନଭଜୋତ ସିଂ ସିଦ୍ଧୁ ତାଙ୍କୁ ଭେଟିବା ପାଇଁ ମୋଗା ଯାଇପାରନ୍ତି । ଏହି ଖବର ପ୍ରସାରିତ ହେବା ପରେ ସୋନୁଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।

ସୂଚନାଯୋଗ୍ୟ, ସୋନୁଙ୍କ ଭଉଣୀ ମୋଗାରେ ରୁହନ୍ତି ଏବଂ ରାଜନୀତିରେ ସକ୍ରିୟ ଥିବାରୁ ତାଙ୍କ ସାମିଲ ନେଇ ମଧ୍ୟ ଆଲୋଚନା ହେଉଛି । ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପରେ ସେ ଏହାର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଯାଉଛନ୍ତି ବୋଲି ଗୁଜବ ପ୍ରକାଶ ପାଇଥିଲା । ତେବେ ସୋନୁ କିମ୍ବା କଂଗ୍ରେସ ପକ୍ଷରୁ ଏ ନେଇ ବିଧିବଦ୍ଧ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.