Latest Odisha News

BREAKING NEWS

ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଖୋଲିଲା ଅଙ୍ଗନୱାଡ଼ି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଭିତରେ ଆଜିଠୁ ପୁଣି ସକାଳୁଆ ସ୍କୁଲ୍ ଆରମ୍ଭ ହୋଇଛି । ଆଜି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ।

ସେହିଭଳି ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଆଜିଠୁ ଖୋଲିଛି । ଅଙ୍ଗନୱାଡ଼ି କେନ୍ଦ୍ର ସକାଳ ୭ଟାରୁ ଖୋଲିଥିବା ବେଳେ ୧୦ଟା ପର୍ଯ୍ୟନ୍ତ ଚାଲିବ । ଗ୍ରୀଷ୍ମପ୍ରବାହକୁ ଦେଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଅଙ୍ଗନୱାଡ଼ି ଓ ବିଦ୍ୟାଳୟ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ।

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଖରା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ।

Leave A Reply

Your email address will not be published.